Below header

ବନ୍ୟା ବିପନ୍ନଙ୍କ ପାଇଁ ଖାଦ୍ୟ ରନ୍ଧିଲେ ୟୁସୁଫ ଓ ଇରଫାନ୍‌ ପଠାନ୍‌, ଭିଡିଓ ଭାଇରାଲ

ବଡ଼ୌଦରାରେ ଏବେ ଭୀଷଣ ବନ୍ୟା । ବନ୍ୟା ପୀଡ଼ିତଙ୍କ ପାଇଁ ବିଭିନ୍ନ ସ୍ଥାନରୁ ସହାୟତା ଆସି ପହଞ୍ଚିଛି । ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ୍‌ ଖେଳାଳି ୟୁସୁଫ ପଠାନ୍‌ ଓ ଭାଇ ଇରଫାନ୍‌ ପଠାନ୍‌ ମଧ୍ୟ ବିପନ୍ନଙ୍କ ସହାୟତା କରୁଛନ୍ତି । ଅନ୍ୟ ସାଥୀଙ୍କ ସହ ମିଶି ୟୁସୁଫ ନିଜେ ରୋଷେଇ କରିବା ସହ ରନ୍ଧା ଖାଦ୍ୟକୁ ପ୍ୟାକେଟ୍‌ କରି ବନ୍ୟାଞ୍ଚଳକୁ ପଠାଉଛନ୍ତି । ଏଥିରେ ତାଙ୍କୁ ଭାଇ ଇରଫାନ୍‌ ପଠାନ୍‌ ଏବଂ ଅନ୍ୟ ସାଥୀମାନେ ସହାୟତାରେ ଏହି କାମ କରିଛନ୍ତି । ଏହାର ଭିଡିଓ ଭାଇରାଲ ହେବା ପରେ ୟୁସୁଫ ପଠାନ୍‌ଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

ଦେଖନ୍ତୁ ପଠାନ୍‌ ବନ୍ଧୁଙ୍କ ଭିଡିଓ…

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.