ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିଶାଇଲ QRSAMର ସଫଳ ପରୀକ୍ଷଣ
ବାଲେଶ୍ୱର ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷଣ କେନ୍ଦ୍ରରୁ କ୍ୱିକ୍ ରିଆକ୍ସନ ସରଫେସ୍ ଟୁ ଏୟାର ମିଶାଇଲ, QRSAMର ସଫଳ ପରୀକ୍ଷଣ । ଆଜି ଦିନ ୧୧ଟାରେ ଏହି କ୍ଷେପଣାସ୍ତ୍ରକୁ ଉତ୍କ୍ଷେପଣ କରାଯାଇଥିଲା । ସଂପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ କ୍ଷେପଣାସ୍ତ୍ର ଭୂପୃଷ୍ଠରୁ ଆକାଶମାର୍ଗକୁ ମାଡ଼ କରିପାରିବ। ଡିଆରଡିଓ ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍ ସହାୟତାରେ ସେନାବାହିନୀ ପାଇଁ ଏହି ମିସାଇଲ ବିକଶିତ କରାଯାଇଛି । ଏହାର ଲକ୍ଷଭେଦୀ କ୍ଷମତା ୩୦ କିଲୋମିଟର। ସଫଳ ପରୀକ୍ଷଣ ପାଇଁ ଡିଆରଡିଓଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ଭାରତର ପ୍ରତିରକ୍ଷା କ୍ଷମତାକୁ ଆହୁରୀ ସୁଦୃଢ଼ କରିବ ବୋଲି ନବୀନ କହିଛନ୍ତ ।