ଚୌଦ୍ୱାର ଜେଲ ଅଚାନକ ପରିଦର୍ଶନ କଲେ ଗୃହ ରାଷ୍ଟ୍ରମନ୍ତ୍ରୀ, ଜେଲ ସୁରକ୍ଷା ଓ ଅନ୍ତେବାସୀଙ୍କ ଅବସ୍ଥା ବୁଝିଲେ ମନ୍ତ୍ରୀ
ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସରପ୍ରାଇଜ୍ ଭିଜିଟ୍। ଚୌଦ୍ୱାର କେନ୍ଦ୍ରୀୟ ଜେଲ ପରିଦର୍ଶନ କଲେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଜେଲ ଅନ୍ତେବାସୀଙ୍କ ସୁବିଧା ଅସୁବିଧା ଜାଣିବା ସହ ଜେଲ୍ର ସୁରକ୍ଷା ବ୍ୟବସ୍ଥା, ସରକାରୀ ନିୟମର କଡ଼ାକଡ଼ି ପାଳନ ଓ ବନ୍ଦୀଙ୍କ କୋଠରୀ ବୁଲି ଦେଖିଛନ୍ତି। ଚୌଦ୍ୱାର ଜେଲକୁ ଏକ ଅତ୍ୟାଧୁନିକ ଜେଲରେ ପରିଣତ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ମନ୍ତ୍ରୀ। ଏହା ସହ ଆଠଗଡ଼ରେ ନିର୍ମିତ ଆଦର୍ଶ ଜେଲକୁ ଖୁବଶୀଘ୍ର କାର୍ଯ୍ୟକ୍ଷମ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ତାଙ୍କ ସହ ଥିଲେ କଟକ-ଚୌଦ୍ୱାର ବିଧାୟକ ସୌଭିକ ବିଶ୍ୱାଳ, ଜେଲ ବିଭାଗ ଡିଜି ମହେନ୍ଦ୍ର ପ୍ରତାପ, ଜେଲ ଡିଆଇଜି ଗୋପବନ୍ଧୁ ମଲ୍ଲିକ, କଟକ ଡିସିପି ଅଖିଳେଶ୍ୱର ସିଂଙ୍କ।