ଏମିତି ଆକାଶରେ ଉଡ଼ିଲେ ଜଣେ ବ୍ୟକ୍ତି, ୩୫ କିଲୋମିଟର କଲେ ଯାତ୍ରା, ସ୍ତବ୍ଧ ହୋଇଗଲେ ଦେଖଣାହାରୀ

ଜଣେ ୪୦ ବର୍ଷୀୟ ବ୍ୟକ୍ତି ଏକ ଛୋଟ ଯନ୍ତ୍ର ସାହାଯ୍ୟରେ ଆକାଶରେ ପାଖାପାଖି ୩୫ କିମି ପଯ୍ୟର୍ନ୍ତ ଯାତ୍ରା କରିଛନ୍ତି। ଫ୍ରେଞ୍ଚ ଉଦ୍ଭାବକ ଫ୍ରେଙ୍କି ଜପାଟା ଏପରିି ସାହସ ଦେଖାଇ ଲୋକଙ୍କୁ ଚକିତ କରିଦେଇଛନ୍ତି। ସେ ଚା’ ଟ୍ରେ ବରାବର ଏକ ଜେଟ୍‌ ପାଓ୍ଵାର ବୋର୍ଡ ପ୍ରସ୍ତୁତ କରି ତା’ଦ୍ୱାରା ଏହି ଦୁଃସାହସିକ କାର୍ଯ୍ୟ ଦେଖାଇଛନ୍ତି, ଯାହାକି ତାଙ୍କ ପାଇଁ ସଫଳ ରହିଛି।

fy 2

ପୂର୍ବବର୍ଷ ମଧ୍ୟ ସେ ଏହା କରି ଦେଖାଇବାକୁ ପ୍ରଚେଷ୍ଟା କରିଥିଲେ, କିନ୍ତୁ ସଫଳତା ପାଇପାରି ନ ଥିଲେ। ତେବେ ଏଥର ଫ୍ରେଙ୍କି ପାଖାପାଖି ୨୩ ମିନିଟ୍‌ ପଯ୍ୟର୍ନ୍ତ ଯାତ୍ରା କରିଥିଲେ। ଫ୍ରାନ୍ସର ସୈନଗେଟେଠାରୁ ଉଡ଼ିବା ଆରମ୍ଭ କରି ଡୋଭରର ହ୍ଵାଇଟ୍‌ କ୍ଲିଫ୍‌ସ ପଯ୍ୟର୍ନ୍ତ ଯାଇଥିଲେ। ତାଙ୍କ ଜେଟରେ ଇନ୍ଧନ ବଦଳରେ କିରୋସିନି ବ୍ୟବହାର କରାଯାଇଥିଲା।

ଏହାସହ ପଢ଼ନ୍ତୁ: ଖନନରୁ ମିଳିଲା ୪୦୦୦ ବର୍ଷ ତଳର ରହସ୍ୟମୟ କଙ୍କାଳ , ପୋତାଯାଇଥିବା ଶୈଳୀ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ ବୈଜ୍ଞାନିକ ..

fy 3

ଫ୍ରେଙ୍କିଙ୍କୁ ଏକ ଫିଲ୍ମ ଅଭିନୟ ଭଳି ଆକାଶରେ ଉଡ଼ୁଥିବାର ଦେଖି ଲୋକେ ସ୍ତବ୍ଧ ହୋଇଯାଇଥିଲେ। ସେପଟେ ଉଡ଼ାଣ ଭରିବା ପରେ ଏଥର କୌଣସି ସମସ୍ୟା ଆସି ନ ଥିବା ଫ୍ରେଙ୍କି କହିଥିଲେ। ଏହି କହିଥିଲେ ଯେ ‘ମୁଁ ଥକି ଯାଇଛି। ମୁଁ ଖୁସି ଅଛି। କିନ୍ତୁ କୌଣସି ଛୁଟିରେ ନାହିଁ। ମୁଁ ମୋ ଟିମ୍‌ ଏବଂ ସ୍ତ୍ରୀଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି।’ ୩ ବର୍ଷ ପୂର୍ବରୁ ସେ ଏହି ଯନ୍ତ୍ର ପ୍ରସ୍ତୁତ କରିଦେଇଥିଲେ ବୋଲି ଫ୍ରେଙ୍କି କହିଥିଲେ।