କିସ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହେଲା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ ଟେଲି ଫିଲ୍ମ ‘ସପନଟିଏ’

କିସ ବିଶ୍ୱବିଦ୍ୟାଳୟରେ ପ୍ରଦର୍ଶିତ ହୋଇଛି ଓଡ଼ିଆ ଟେଲି ଫିଲ୍ମ ‘ସପନଟିଏ’ । ଇଚ୍ଛାରାମ ଫାଉଣ୍ଡେସନ୍‌ ଏହି ଫିଲ୍ମର ନିର୍ମାଣ କରିଛି । ଦିବ୍ୟାଙ୍ଗଙ୍କ ଉପରେ ଆଧାରିତ ହୋଇଛି ଫିଲ୍ମ। ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ହର ରଥ। କିଭଳି ଜଣେ ଦିବ୍ୟାଙ୍ଗ ନିଜର ଇଚ୍ଛାଶକ୍ତି ବଳରେ ସମାଜରେ ଆଗକୁ ବଢିବାରେ ସକ୍ଷମ ହୋଇଛି, ତାକୁ ଫିଲ୍ମରେ ପ୍ରଦର୍ଶିତ କରାଯାଇଛି। ଏଭଳି ଏକ ନିଆରା ଫିଲ୍ମକୁ କିସ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏକାଠି ଦେଖିଥିଲେ। ଫିଲ୍ମ ସପନଟିଏ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.