Below header

ପାଇଖାନା ଘର ହେଲା ବୃଦ୍ଧାଙ୍କ ଶେଷ ପରିଚୟ, ବୟସର ଅପରାହ୍ନରେ ପର କରିଦେଲେ ପୁଅ ବୋହୂ

ମା ଟିଏ ତାର ସନ୍ତାନ ପାଇଁ ବାର ଓଷା ବ୍ରତ ରଖି ମଙ୍ଗଳ କାମନା କରିଥାଏ। ସମାଜରେ ଅନ୍ୟମାନଙ୍କ ସାଙ୍ଗରେ ସମକକ୍ଷ ହେବାପାଇଁ ନିଜ ପେଟରେ ଓଦାକନା ଦେଇ ସନ୍ତାନର ଆବଶ୍ୟକତାକୁ ପୁରଣ କରେ। ହେଲେ  ସେହି ପୁ୍‌ଅ ବଡ ହୋଇ ଯେତେବେଳେ ମାକୁ ହତାଦାର କରେ ସେତେବେଳେ ମାର ଆଖିରୁ ଝରିଆସେ  ଦୁଃଖର ଲୁହ। ତଥାପି ସେ ପୁଅର ଶୁଭ ମନାସୀଥାଏ ଆଉ ଖୁସିରେ ରହିବାକୁ ଆଶିଷ ଢାଳି ଚାଲିଥାଏ। ଏମିତି କିଛି ଘଟଣା ଘଟିଛି ଧନୀ ମଲ୍ଲିକଙ୍କ କ୍ଷେତ୍ରରେ । ବୟସ ପାଖାପାଖି ୮୨ । ଆଖିକୁ ଭଲକି ଦେଖାଯାଉନି । ପରିବାର କହିଲେ ୪ ପୁଅ,ଗୋଟିଏ ଝିଅ । ଘର ହେଉଛି ପୁରୀ ଜିଲ୍ଲା ଗୋପ ବ୍ଲକ ବୀରତୁଙ୍ଗା ପଞ୍ଚାୟତର ସାଉରିଆ ଗାଁରେ ।

ଆହୁରି ପଢନ୍ତୁ: ଖୁସି ଖବର ପଠାଇଛି ଚନ୍ଦ୍ରାୟନ-୨, ମହାକାଶରୁ ପଠାଇଛି ପୃଥିବୀର ପ୍ରଥମ ଫଟୋ

ବୟସରେ ଅପରାହ୍ଣରେ ତାଙ୍କ କଥା ବୁଝିବାକୁ କେହି ନାହିଁ । ପୁଅ ବୋହୁ ମାଆକୁ ବୋଝ ଭାବି ପାଇଖାନା ଘରେ ପକାଇ ଦେଇଛନ୍ତି । ଦିନ ଦିନ ଧରି ସେହି ଘରେ ଧନୀ ଏବେ ଏକାକୀ ଜୀବନ ଜିଉଛନ୍ତି । ବେଳେ ବେଳେ ବଡପୁଅ ମାଆକୁ ଖାଇବାକୁ ଦେଉଥିବା ବେଳେ ଅନ୍ୟ ସମୟରେ ଉପାସରେ ଦିନ କାଟିବାକୁ ପଡୁଛି ।୪ପୁଅଙ୍କ ବାହାଘର ସାରି ଏବେ ପରିବାର ସଂଖ୍ୟା ୧୧ରେ ପହଞ୍ଚିଲାଣି । କିନ୍ତୁ ଏବେବି ମାଆଙ୍କ ଯତ୍ନ ନେବାକୁ କାହା ପାଖରେ ସମୟ ନାହିଁ । ଏ ସମ୍ପର୍କରେ ଗୋପ ତହସିଲଦାରଙ୍କୁ ଅବଗତ କରାଯାଇଛି । ଖୁବଶୀଘ୍ର ଘଟଣାର ତଦନ୍ତ କରି ବୃଦ୍ଧାଙ୍କୁ ଥଇଥାନ କରାଯିବା ସହ ପରିବାର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.