ବାହା ହେବାକୁ ମନା କଲା, ଜିଦ୍‌ କରିବାରୁ ସାରା ପରିବାରକୁ ଗୁଳି କରି ମାରିଦେଲା ଯୁବକ

ସବୁ ଯୁବକଙ୍କ ମନରେ ଥାଏ ବାହା ହେବାର ସ୍ୱପ୍ନ । ହେଲେ ପଞ୍ଜାବର ଏମିତି ଜଣେ ଯୁବକ ବାହାଘରକୁ ନେଇ କରି ବସିଛନ୍ତି ହତ୍ୟାକାଣ୍ଡ । ଘରେ ଜିଦ୍‌ ଧରିଲେ ତାଙ୍କ ବାହାଘର ପାଇଁ । ବାରମ୍ବାର ତାଙ୍କ ଉପରେ ଚାପ ପକାଇଲେ । ଶେଷରେ ଅତି ବିରକ୍ତ ହୋଇ ଯୁବକ ଜଣକ ଘଟାଇଲେ ବୀଭତ୍ସ କାଣ୍ଡ । ଗୋଟି ଗୋଟି କରି ପରିବାରର ପାଞ୍ଚ ଜଣ ସଦସ୍ୟଙ୍କୁ ଗୁଳି କରି ମାରିଦେଲେ । ଆଉ ଶେଷରେ ନିଜେ ଆତ୍ମହତ୍ୟା କଲେ । ଆଉ ଲେଖି ଗଲେ ୧୯ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ।
ଯୁବକ ଜଣକ ହେଉଛନ୍ତି ସନ୍ଦୀପ ଓରଫ ସନ୍ନି । ସେ ଗୁପ୍ତରୋଗରେ ପୀଡିତ ଥିଲେ । ଏହି କାରଣରୁ ବିବାହ କରିବାକୁ ଚାହୁଁ ନଥିଲେ । ତେବେ ନିଜର ଏହି ଗୁପ୍ତ ଥାକୁ କାହା ଆଗରେ କହି ପାରୁ ନଥିଲେ ମଧ୍ୟ ମନେ ମନେ ଅତି ବିରକ୍ତ ହେଉଥିଲେ । ରାଗ ଯେତେବେଳେ ସୀମା ଟପିଲା ସେତେବେଳେ ଘଟାଇଲେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ । ଘଟଣାଟି ଘଟିଛି ପଞ୍ଜାବର ମୋଗା ଅନ୍ତର୍ଗତ ନଥୁଓ୍ଵାଲା ଗର୍ବି ଅଂଚଳରେ । ସନ୍ଦୀପ ମାରିଥିବା ଲୋକମାନେ ହେଉଛନ୍ତି ତାଙ୍କର ରକ୍ତ ସମ୍ପର୍କୀୟ ଭଉଣୀ ଆଉ ବାପା ମା।

SANDIP
ପୋଲିସର କହିବା ମୁତାବକ ସନ୍ଦୀପ ଓରଫ ସନ୍ନିର ଦୁଇ ମାସ ତଳେ ବହିବଲ କଲା ଅଂଚଳର ଜଣେ ଯୁବତୀଙ୍କ ସହ ନିର୍ବନ୍ଧ ହୋଇଥିଲା । କିନ୍ତୁ ସନ୍ଦୀପ ମନା କରିବା ପରେ ଵି ଡିସେମ୍ବରରେ ତାର ବିବାହ ପାଇଁ ପରିବାର ଲୋକ ସ୍ଥିର କରି ଦେଇଥିଲେ। ଯାହା ଫଳରେ ସଂଦୀପର ଆଚରଣରେ ପରିବର୍ତ୍ତନ ଆସିଥିଲା। ପ୍ରତିଦିନ ମଦ ପିଇ ବିଳମ୍ବିତ ରାତିରେ ଘରକୁ ଫେରୁଥିଲା । କାରଣ ସେ ଚାହୁଁ ଥିଲା ପଡୋଶୀ ଓ ଅନ୍ୟ ଲୋକ ତାର ଆଚରଣ ଦେଖି ଝିଅ ଘରେ କୁହନ୍ତୁ ଓ ବାହାଘର ଭଙ୍ଗିଯାଉ । କିନ୍ତୁ ଏଥିରେ ସଫଳ ହୋଇନଥିଲା ସନ୍ଦୀପ।
ପରେ ମୁଣ୍ଡରେ ଯୁଟିଲା ସାଇତାନ ବୁଦ୍ଧି। ନିଜ ଦାଦା ଗୁରୁଚରଣ ସିଂହଙ୍କ ଆଖି ଔଷଧ ଆଣିବାକୁ ତାଙ୍କୁ ସଙ୍ଗରେ ଧରି ଫରିଦକୋଟ ଯାଇଥିଲା ସନ୍ଦୀପ । ବାଟରେ ନିଜ ସାଙ୍ଗ ଘରକୁ ଯାଇ ସାଙ୍ଗର ଏକ ପୁରୁଣା ଲାଇସେନ୍ସ ଥିବା ବନ୍ଧୁକକୁ ଚୋରି କରି ନେଇ ଆସିଥିଲା।
ଫେରିବା ବାଟରେ ନିଜ ଭଉଣୀ ଘର ପଡୁଥିବାରୁ ତାକୁ ବାହାଘର ପାଇଁ ଘରକୁ ନେଇ ଆସିଥିଲା ।
ସନ୍ଦୀପ ପରିବାର ଭିତରେ ଗୋଟିଏ ବୋଲି ପୁଅ ଥିଲା । ତାର ଦୁଇ ଭଉଣୀଙ୍କ ବାହାଘର ହୋଇ ସାରିଛି । ଜଣେ କାନାଡାରେ ଓ ଆଉଜଣେ ଫିରୋଜପୁର ସେହଜାଦି ଗାଁରେ ରହୁଥିଲେ ।

FAMILY MURDER-2ସନ୍ଦୀପଙ୍କ ସୁସାଇଡ ନୋଟରୁ ମିଳିଥିବା ତଥ୍ୟ ଅନୁସାରେ ତାଙ୍କ ପରିବାର ପାଖରେ ଗୁରୁ ପୀରଙ୍କ ଏକ ଜମି ଥିଲା। ଯାହାକୁ ତାଙ୍କ ଘର ଲୋକେ ବିକ୍ରି କରି ଦେଇଥିଲେ। ପୀରଙ୍କ ଜମି ବିକାଯାଇଥିବାରୁ ତା ମନରେ ଏକ ଅନ୍ଧବିଶ୍ୱାସ ରହିଥିଲା ଯେ ଗୁରୁ ପୀରଙ୍କ ଅଭିଶାପରୁ ସେ ନପୁଂସକ ହୋଇଯାଇଛି । ତାର ଆଉ ବଂଶ ବଢ଼ି ପାରିବ ନାହିଁ । ଏ କଥା କିନ୍ତୁ ପରିବାର ଲୋକଙ୍କୁ ଜଣାଇବାକୁ ସାହସ କରିପାରିନଥିଲା।
ପୁଣି ଘରର ଏକମାତ୍ର ପୁଅ ଥିବାରୁ ନିଜେ ଆତ୍ମହତ୍ୟା କଲେ କାଳେ ପରିବାର ଲୋକେ ପୂରା ଭଙ୍ଗି ପଡିବେ ସେଥିପାଇଁ ଏଭଳି ଏକ ହତ୍ୟା ଓ ଆତ୍ମହତ୍ୟାର ଚିନ୍ତାଧାର ଆସିଥିଲା ସନ୍ଦୀପ ମନକୁ । ଶୁକ୍ରବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମଦ ପିଇ ସୁସାଇଡ଼ ନୋଟ ଲେଖିଥିଲା । ପରେ ଜଣ ଜଣଙ୍କ ରୁମକୁ ଯାଇ ଗୁଳି କରିବାକୁ ଲାଗିଲା। ଏକ ୩୨ ବୋର୍‌ ରିଭଲଭର୍‌ରେ ୫୫ ବର୍ଷ ବୟସର ବାପା ମନଜିତ୍‌ ସିଂହ, ୫୦ ବର୍ଷର ମା ବିନ୍ଦର କୌର, ୭୦ ବର୍ଷର ବୁଢ଼ୀ ମା ଗୁରଦୀପ କୌରଙ୍କୁ ସୁଟ୍‌ କରି ଦେଇଥିଲା । ଭଉଣୀ ଅମନଜୋତ କୌର ଓ ତିନି ବର୍ଷ ବୟସର ଭାଣିଜୀ ମନିତକୁ ବି ଛାଡ଼ି ନଥିଲା ସନ୍ଦୀପ ।

FAMILY MURDER-3ଏହି ପାଞ୍ଚ ଜଣକୁ ଗୁଳି କରି ହତ୍ୟା କରିବା ପରେ ସନ୍ଦୀପ ପହଞ୍ଚିଥିଲା ବାହାର କୋଠରୀରେ ଶୋଇଥିବା ନିଜ ଦାଦା ଗୁରୁଚରଣ ସିଂହଙ୍କ ପାଖରେ । ତାଙ୍କୁ କବାଟ ବାଡ଼େଇ ନିଦରୁ ଉଠାଇବା ପରେ କହିଥିଲା ମୁଁ ସମସ୍ତଙ୍କୁ ମାରି ଦେଇଛି । ଏବେ ତମକୁ ମାରି ସାରିଲେ ମୁଁ ନିଜକୁ ସୁଟ କରିବି । ସନ୍ଦୀପ ଏହା କହିବା ପରେ ଦାଦା ପୁତୁରା ମଧ୍ୟରେ ଧସ୍ତା ଧସ୍ତି ହୋଇଥିଲା । ଆଉ ଏହି ସମୟରେ ସନ୍ଦୀପ ଗୁଳି ଚଳାଇଥିଲା । ତେବେ ଗୁଳି ଗୁରୁଚରଣଙ୍କ ମୁଁହରେ ଆଘାତ ଦେଇ ଚାଲି ଯାଇଥିଲା। ଆଉ ସେଠାରେ ତଳେ ପଡ଼ି ଯାଇଥିଲେ ଗୁରୁଚରଣ। ସନ୍ଦୀପ ତାଙ୍କୁ ମୃତ ଭାବି ଚାଲିଗଲା ଏବଂ ନିଜ ରୁମ୍‌କୁ ଆସି ନିଜ ମୁଣ୍ଡକୁ ଫାୟାରିଂ କରି ଆତ୍ମହତ୍ୟା କରିଥିଲା। ଏହା ସହିତ ଚିରଦିନ ପାଇଁ ନିଶ୍ଚିହ୍ନ ହୋଇଗଲା ପୂରା ପରିବାର ।
ସେପଟେ ସନ୍ଦୀପର ଦାଦା ଗୁରୁଚରଣଙ୍କ ଚେତା ଫେରିବା ପରେ ସେ ପଡୋଶୀଙ୍କୁ ଡାକ ପକାଇଥିଲେ । ତା ପରେ ଘଟଣା ପ୍ରଘଟ ହୋଇଥିଲା। ପୋଲିସ୍‌ ଆସି ପହଞ୍ଚି ମୃତଦେହ ସବୁ ଉଦ୍ଧାର କରିବା ସହିତ ଦାଦା ଗୁରୁଚରଣଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲା ।
ପୋଲିସ୍‌ ସନ୍ଦୀପ ନାଁରେ ହତ୍ୟା ମାମଲା ରୁଜୁ କରିଛି । ହେଲେ ସନ୍ଦୀପ ଆଉ ଏ ଦୁନିଆରେ ନାହିଁ । କିନ୍ତୁ ଅନ୍ଧବିଶ୍ୱାସରେ ଓ ଅଦଭୁତ ମାନସିକତାରେ ସେ ଯେଉଁ କାଣ୍ଡ ରଚିଗଲା ତାକୁ ଦୁନିଆ ଭୁଲି ପାରିବ ନାହିଁ କି ତାକୁ ତାର ପୂର୍ବ ପୁରୁଷ କ୍ଷମା ଦେବେ ନାହିଁ ।
ବ୍ୟୁରୋ ରିପୋର୍ଟ କେ ନ୍ୟୁଜ୍ ଓଡିଶା ।