ଏହି ଗମ୍ଭୀର ରୋଗରେ ପୀଡ଼ିତ ଡ୍ୟାନ୍ସିଙ୍ଗ୍‌ ହିରୋ ଗୋବିନ୍ଦା, ସାଙ୍ଗଙ୍କ ସହ କରୁଛନ୍ତି ଏପରି ବ୍ୟବହାର

ନବେ ଦଶକର କମେଡି କିଙ୍ଗ୍‌ ତଥା ଡ୍ୟାନ୍ସି ହିରୋ ଗୋବିନ୍ଦା ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କୁ ନେଇ ଏକ ବଡ଼ ଖୁଲାସା ହୋଇଛି। ତାଙ୍କର କେତେଜଣ ଘନିଷ୍ଠ ବନ୍ଧୁ ଗଣମାଧ୍ୟମ ଆଗରେ କହିଛନ୍ତି ଯେ ‘ଫିଲ୍ମ ଅଭିନେତା ଗୋବିନ୍ଦା ବର୍ତ୍ତମାନ ଗମ୍ଭୀର ମାନସିକ ରୋଗରେ ପୀଡ଼ିତ। ଏଥିପାଇଁ ତାଙ୍କୁ ତୁରନ୍ତ ଚିକିତ୍ସାର ଆବଶ୍ୟକତା ରହିଛି।’ ଏକ ଇଂଲିଶ ୱେବସାଇଟରେ ଆସିଥିବା ଖବର ମୁତାବକ, ଗୋବିନ୍ଦ ଅନେକ ଦିନ ଧରି ଅଜବ କଥାବାର୍ତ୍ତା କରୁଛନ୍ତି। ତାଙ୍କର ବ୍ୟବହାର ନେଗେଟିଭ୍‌ ରହୁଛି, ଯେଉଁଥିପାଇଁ କେତେଜଣ ଡିଷ୍ଟ୍ରିବ୍ୟୁଟର ତାଙ୍କ ଉପରେ ରାଗିଯାଇଛନ୍ତି ଏବଂ ତାଙ୍କ ଫିଲ୍ମ ‘ରଙ୍ଗିଲା ରାଜା’ ମଧ୍ୟ ଏହାଦ୍ୱାରା କ୍ଷତି ସହୁଛି। ଏପରି କି, ସାଙ୍ଗମାନଙ୍କ ପ୍ରତି ଗୋବିନ୍ଦାଙ୍କ ବ୍ୟବହାର ମଧ୍ୟ ବହୁତ ଖରାପ ରହୁଛି। ସେ କାହା କଥା ଶୁଣୁନାହାନ୍ତି। ଆଉ ଏହି କାରଣରୁ ସେ ଆଜି ଏକଲା ଅଛନ୍ତି। ତାଙ୍କର ଏବେ ଫିଲ୍ମ ଇଣ୍ଡଷ୍ଟ୍ରୀରେ କେହି ବି ସାଙ୍ଗ ନାହାନ୍ତି ଏବଂ ତାଙ୍କୁ କେହି ସାହାଯ୍ୟ କରିବାକୁ ଆଗେଇ ଆସୁନାହାନ୍ତି।

go 3

ଗୋବିନ୍ଦାଙ୍କ ପ୍ରତିକ୍ରିୟାକୁ ଅପେକ୍ଷା
ବର୍ତ୍ତମାନ ଗୋବିନ୍ଦାଙ୍କ ସାଙ୍ଗମାନେ କହୁଥିବା କଥାରେ କେତେ ସତ୍ୟତା ରହିଛି, ତାହା କେବଳ ଗୋବିନ୍ଦା ହିଁ କହିପାରିବେ। ତେବେ ଏ ନେଇ ତାଙ୍କର ପ୍ରତିକ୍ରିୟା ଏ ପଯ୍ୟର୍ନ୍ତ ଆସିପାରିନାହିଁ। ଯଦିଓ ଏବେ ଗୋବିନ୍ଦାଙ୍କୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି।

ଡେଭିଡ୍‌ ଧଓ୍ଵନଙ୍କ ସହ ଗୋବିନ୍ଦା କରିଛନ୍ତି ୧୭ଟି ଫିଲ୍ମ
ବଲିଉଡ୍‌ ଜଗତରେ ଗୋବିନ୍ଦାଙ୍କ କ୍ୟାରିୟର ‘ଇଲଜାମ୍‌’ ଫିଲ୍ମରୁ ଆରମ୍ଭ ହୋଇଥିଲା, ଯାହାକି ବକ୍ସ ଅଫିସରେ ସୁପରହିଟ୍‌ ହୋଇଥିଲା। ଏହାପରେ ସେ କେତେକ ଫିଲ୍ମରେ କାମ କରିଥିଲେ ଏବଂ ସମସ୍ତେ ତାଙ୍କ କାମକୁ ପ୍ରଶଂସା ମଧ୍ୟ କରିଥିଲେ। ୧୯୯୦ରୁ ୧୯୯୯ ମସିହା ମଧ୍ୟରେ ଗୋବିନ୍ଦାଙ୍କ ଫିଲ୍ମ କ୍ୟାରିୟର ବହୁତ ଭଲ ରହିଥିଲା। ଦର୍ଶକଙ୍କ ଦ୍ୱାରା ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ। ଏହି ଅଭିନେତାଙ୍କ ପ୍ରାୟ ସମସ୍ତ ଫିଲ୍ମ ବକ୍ସ ଅଫିସରେ ସଫଳତା ହାସଲ କରୁଥିଲା। ଡେଭିଡ୍‌ ଧଓ୍ଵନଙ୍କ ସହିତ ସେ ୧୭ଟି ଡିଟ୍‌ ଫିଲ୍ମ ଦେଇଛନ୍ତି, ଯାହାକି ଏକ ରେକର୍ଡ କରିଛି।

govinda 2

ଏହାସହ ପଢ଼ନ୍ତୁ: ଯାତ୍ରାର କଣ୍ଟ୍ରୋଭର୍ସି କୁଇନ୍‌ ରାଣୀଙ୍କୁ ଦରକାର କେମିତିକା ସ୍ୱାମୀ ? ନିଜ ମୁହଁରେ କାହା ନାଁ କହିଲେ ଜାଣନ୍ତୁ

୨୦୦୪ରେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ
ଆପଣଙ୍କୁ କହି ରଖୁଛୁ ଯେ ହିନ୍ଦୀ ସିନେମାର ସୁପରଷ୍ଟାର ରହିଥିବା ଗୋବିନ୍ଦା ୨୦୦୪ରେ କଂଗ୍ରେସ ପାର୍ଟିରେ ଯୋଗଦେଇଥିଲେ। ସେ ଉତ୍ତର-ମୁମ୍ବାଇରୁ ଲୋକସଭା ନିର୍ବାଚନ ଜିତିଥିଲେ। ପ୍ରଶଂସକଙ୍କ ଗହଣରେ ସେ ‘ଚିଚି’ ନାଁରେ ମଧ୍ୟ ଜଣାଶୁଣା। ଗୋବିନ୍ଦାଙ୍କ ଜନ୍ମ ମୁମ୍ବାଇର ଏକ ପଞ୍ଜାବୀ ପରିବାରରେ ହୋଇଥିଲା। ତାଙ୍କ ବାପାଙ୍କ ନାମ ଅରୁଣ କୁମାର ଆହୁଜା ଏବଂ ମା’ଙ୍କ ନାମ ନିର୍ମଳା ଦେବୀ। ନିର୍ମଳା ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ।