ମୁମ୍ବାଇ: ହୋଟେଲରେ ଡେଲିଭରି ବୟଙ୍କୁ ହତ୍ୟା, ତନାଘନା କରୁଛି ପୋଲିସ

ମୁମ୍ବାଇର ଏକ ହୋଟେଲରେ ଜଣେ ଡେଲିଭରି ବୟଙ୍କୁ ହତ୍ୟା କରାଯାଇଛି। କୁହାଯାଉଛି କି, ଶନିବାର ରାତି ପାଖାପାଖି ୧୦ଟା ୧୫ରେ ସେ ବିଖରାଉଲି ନିକଟକୁ ଏକ ଡେଲିଭରି ଦେବାକୁ ଯାଇଥିଲେ। ସେଠାରୁ ଫେରିବା ପରେ ଏହି ଘଟଣା ଘଟିଛି। ପୋଲିସ ସୂଚନାନୁଯାୟୀ, ଦୁଇଜଣ ଲୋକ ଜଣେ ଯୁବକଙ୍କୁ କୌଣସି ଏକ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା କେତେଜଣ ଦେଖଣାହାରୀ କହିଛନ୍ତି। ତେବେ ଏହି ମାମଲାରେ ପୋଲିସ କେସ୍‌ ରୁଜୁ କରିବା ସହ ଘଟଣାର ତନାଘନା କରୁଛି।

ଏହାସହ ପଢ଼ନ୍ତୁ: ବାହା ହେବାକୁ ମନା କଲା, ଜିଦ୍‌ କରିବାରୁ ସାରା ପରିବାରକୁ ଗୁଳି କରି ମାରିଦେଲା ଯୁବକ

ଦେଶର ଆର୍ଥକ ରାଜଧାନୀ ମୁମ୍ବାଇରେ ଅପରାଧ ଥମିବାର ନାମ ନେଉ ନାହିଁ। ଏହାପୂର୍ବରୁ ମୁମ୍ବାଇର ପନ୍ତ ନଗର ଅଞ୍ଚଳରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିଲା। ସୂଚନା ମୁତାବକ, ନିତେଶ ସାବତ ନାମକ ଏହି ଯୁବକ ନିଜ ସାଙ୍ଗମାନଙ୍କ ସହିତ ପାର୍କରେ ଜନ୍ମଦିନ ପାଳନ କରୁଥିଲେ। ଏହି ସମୟରେ ସାଙ୍ଗମାନେ ହିଁ ତାଙ୍କୁ ଏକ ଧାରୁଆ ଅନ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ ଏବଂ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲେ। ଏହି ଘଟଣାରେ ଯୁବକ ଜଣକ ଗୁରୁତର ଭାବେ ଆହତ ହୋଇଥିଲେ। ପୋଲିସ ସହାୟତାରେ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ହସ୍ପିଟାଲ ନେଇଯାଇଥିଲେ। ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।