କନ୍ଧମାଳ: କର୍ଣ୍ଣପାତ କଲା ନାହିଁ ପ୍ରଶାସନ, ଶେଷରେ ପୁରୁଣା ନଳକୂପ ପାଇପରେ ଗ୍ରାମବାସୀ କଲେ ମିନି ମୋବାଇଲ ଟାଓ୍ଵାର
![mobile tower](https://knewsodisha.com/wp-content/uploads/2019/08/mobile-tower.jpg)
ଫୁଲବାଣୀ: ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ କିଛି ଶୁଣିଲାନି । ଶେଷରେ ନୁଳକୂପରୁ ବାହାରୁଥିବା ପୂରୁଣା ପାଇପରେ ମିନି ମୋବାଇଲ ଟାଓ୍ଵାର ତିଆରି କରିବାକୁ ଉଦ୍ୟମ କଲେ ସ୍ଥାନୀୟ ଯୁବକ । ଆଉ ଏଥିରେ ସହଯୋଗର ହାତ ବଢାଇଲେ ସ୍ଥାନୀୟ ବିଡିଓ । ମିନି ଟାଓ୍ଵାର ନିର୍ମାଣ ପରେ ବିଏସଏନଏଲ ଅଧିକାରୀଙ୍କ ସହଯୋଗରେ ଏବେ ଏହା କାର୍ଯ୍ୟକ୍ଷମ ହୋଇପାରିଛି । ମିନି ଟାଓ୍ଵାର କମ ରେଞ୍ଜ ହୋଇଥିବାରୁ ସୀମିତ ସୀମା ମଧ୍ୟରେ ନେଟଓ୍ଵର୍କ ରହୁଛି । ଆଉ ସର୍ମ୍ପକୀୟଙ୍କ ସହ ଯୋଗଯୋଗ କରି ପାରୁଛନ୍ତି ଫୁଲବାଣୀର ଦଡକି ପଞ୍ଚୟତବାସୀ । ଏଥିପାଇଁ ବିଡିଓଙ୍କୁ କୃତଜ୍ଞତା ଯଣାଇଛନ୍ତି ।
ଆଗକୁ ଅନ୍ୟ ପଞ୍ଚାୟତରେ ବି ମିନି ଟାଓ୍ଵାର ପ୍ରସ୍ତୁତ କରାଯାଇ ଯୋଗଯୋଗ ସ୍ଥାପନ କରିବାକୁ ଉଦ୍ୟମ କରାଯିବ ବୋଲି ବିଡିଓ କହିଛନ୍ତି । ଏଥିପାଇଁ ଜିଲ୍ଲାପାଳଙ୍କ ସହଯୋଗକୁ ସେ ଧନ୍ୟବାଦ ଜଣାଇଛନ୍ତି ।