Below header

କାର -ମୋଟର ସାଇକେଲ ଧକ୍କା, ଜଣେ ମୃତ ଜଣେ ଗୁରୁତର

16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଚରମ୍ପା ଓଭର ବ୍ରିଜ ନିକଟରେ କାର -ମୋଟର ସାଇକେଲ ଧକ୍କା । ଜଣେ ମୃତ ଜଣେ ଗୁରୁତର ।

ଭଦ୍ରକ : 16 ନମ୍ବର ଜାତୀୟ ରାଜପଥର ଭଦ୍ରକ ଚରମ୍ପା ଓଭର ବ୍ରିଜ ନିକଟରେ କାର -ମୋଟର ସାଇକେଲ ଧକ୍କା । ଜଣେ ମୃତ ଜଣେ ଗୁରୁତର । ମୃତକ ହେଲେ ଭଦ୍ରକ ଜିଲ୍ଲା ଧୂଷୁରୀ ଥାନା ଅଧିନସ୍ଥ ପାଳସାହି ଗ୍ରାମର ଆଲୋକ ମହାନ୍ତି । ସେ ତାଙ୍କ ଗ୍ରାମର ଜଣେ ଝିଅକୁ ନିଜ ମୋଟର ସାଇକେଲରେ ଚରମ୍ପାକୁ ନେଇ ଆସୁଥିଲା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଥିଲା ।

ଫଳରେ ମୋଟର ସାଇକେଲରେ ବସିଥିବା ଆଲୋକ ଓ ତାଙ୍କ ସାଙ୍ଗ ଗୁରୁତର ହୋଇ ତଳେ ପଡ଼ିଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭଦ୍ରକ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରିଥିଲା ବେଳେ ଆଲୋକଙ୍କ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣଙ୍କ ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି । ଭଦ୍ରକ ଟାଉନ ପୋଲିସ ପହଂଚି ଘଟଣାର ତଦନ୍ତ ଆରମ୍ବ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.