Below header

ଯାଜପୁର ବଡ଼ଚଣା ଅଞ୍ଚଳରୁ ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର

ଯାଜପୁର (କେନ୍ୟୁଜ): ୧୦ଫୁଟ ଲମ୍ବର ଅଜଗର ସାପ ଉଦ୍ଧାର। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଦର୍ପଣ ପଂଚାୟତ କୋଲସାହି ଅଂଚଳରୁ ଅଜଗର ସାପଟି ଉଦ୍ଧାର ହୋଇଛି। ନିକଟସ୍ଥ ଜଙ୍ଗଲରୁ ଏହି ଅଜଗର ସାପଟି ଗାଁ ଅଭିମୁଖେ ଚାଲି ଆସିଥିବା ବେଳେ ଅଜଗର ସାପଟିକୁ ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସାପଟି କୌଣସି ବନ୍ୟଜନ୍ତୁକୁ ଖାଇ ଦେଇଥିବା ସନ୍ଦେହ କରାଯାଉଛି।

ଏନେଇ ସ୍ଥାନୀୟ ଲୋକେ ଚଣ୍ଡିଖୋଲ ବନ ବିଭାଗକୁ ଜଣାଇଥିଲେ। ଖବର ପାଇ ଘଟଣାସ୍ଥଳରେ ଚଣ୍ଡିଖୋଲ ବନ ବିଭାଗ କର୍ମଚାରୀ ପହଂଚି ଅଜଗର ସାପଟିକୁ ଉଦ୍ଧାର କରି ସ୍ଥାନୀୟ ବାରୁଣାବନ୍ତ ପାହାଡ଼ରେ ଛାଡି ଦେଇଥିବା ସୂଚନା ମିଳିଛି। ଅଜଗରଟିର ଲମ୍ବ ୧୦ ଫୁଟ ରହିଥିବା ବେଳେ ବିଭିନ୍ନ ସମୟରେ ଖାଦ୍ୟ ଅନ୍ୱେଷଣରେ ସ୍ଥାନୀୟ ଜଙ୍ଗଲରୁ ଅଜଗର ସାପ ଜନବସତି ଆଡ଼କୁ ଚାଲି ଆସୁଥିବା ଦେଖିବାକୁ ମିଳୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.