Below header

କୋବି ଏବଂ ପିଆଜ ପକୁଡି ନିଶ୍ଚିତ ଖାଇଥିବେ, କେବେ ଖାଇଛନ୍ତି କି ସାରୁପତ୍ର ପକୁଡି ?

ଆପଣ ବେସନ, କୋବି, ପିଆଜ, ଆଳୁରେ ପକୁଡି ତିଆରି କରି ଖାଇଥିବେ ନିଶ୍ଚିତ । ଏହାକୁ ଖାଇବାକୁ ମଧ୍ୟ ବେଶ୍‌ ସ୍ୱାଦିଷ୍ଟ। ଆଜିକାଲିର ଯୁବପିଢି ବଜାରକୁ ଯାଇ ଏହାକୁ କିଣି ଖାଇବାକୁ ମଧ୍ୟ ପସନ୍ଦ କରନ୍ତି। କିନ୍ତୁ କେବେ ସାରୁପତ୍ରରେ ପକୁଡି କରି ଖାଇଛନ୍ତି କି ? ଏହା ବନାଇବା ସହଜ ଏବଂ ଖାଇବାକୁ ମଧ୍ୟ ବେଶ ଟେଷ୍ଟି। ତେବେ ଏଥିପାଇଁ କ’ଣ ଆବଶ୍ୟକୀୟ ସାମଗ୍ରୀ ଜରୁରୀ, ଜାଣନ୍ତୁ …

ଆବଶ୍ୟକୀୟ ସାମଗ୍ରୀ : ସାରୁପତ୍ର, ବେସନ, ଲୁଣ(ସ୍ୱାଦନୁସାରେ), ଲେମ୍ବୁ, ରସୁଣ, କଞ୍ଚାଲଙ୍କା, ଧନିଆ, ହଳଦୀ ପାଉଡର, ତେଲ।

ପ୍ରସ୍ତୁତି ପ୍ରଣାଳୀ : ସାରୁପତ୍ରକୁ ଭଲ ଭାବେ ଧୋଇଦିଅନ୍ତୁ। ଏଥିରୁ ସବୁ ପାଣି ନିଗିଡି ଗଲା ପରେ ସାରୁପତ୍ରକୁ ଗୁଣ୍ଡ ଗୁଣ୍ଡ କରି କାଟିଦିଅନ୍ତୁ। ଏବେ ବେସନରେ ସାରୁପତ୍ର, ଲୁଣ, ଲେମ୍ବୁରସ, ରସୁଣ ପେଷ୍ଟ, କଞ୍ଚାଲଙ୍କା, ଧନିଆ ଗୁଣ୍ଡ, ହଳଦୀ ପାଉଡର ପକାଇ ଭଲଭାବେ ଘାଣ୍ଟି ଦିଅନ୍ତୁ। ଏହାକୁ ଘାଣ୍ଟିବା ପରେ କିଛି ସମୟ ରଖିଦିଅନ୍ତୁ। ଏବେ ଏକ କଢେଇରେ ତେଲ ଗରମ କରନ୍ତୁ। ସେଥିରେ ଏହି ମିଶ୍ରଣକୁ ପକୁଡି ଭଳି କରି ଛାଣିଦିଅନ୍ତୁ। ଏହାକୁ ଆପଣ ଟମାଟୋ ସସ୍‌ କିମ୍ବା ଚିଲି ସସ୍‌ ସହିତ ଗରମ ଗରମ ଖାଇପାରିବେ।

Also Read : ଭୁଲିଯିବେ ଧନିଆ ଏବଂ ପୁଦିନା ଚଟଣୀ, ଆଜି ଘରେ ବନାନ୍ତୁ କଞ୍ଚା କଦଳୀ ଚୋପା ଚଟଣୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.