ଭାରତୀୟ ସେନା ବିମାନ MIG-29K ଦୁର୍ଘଟଣା ଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ପାଇଲଟ୍

ନୂଆଦିଲ୍ଲୀ : ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ସେନା ବିମାନ। ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ ଆର୍ମି MIG 29K ଯୁଦ୍ଧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାନ୍ତ୍ରିକ ତ୍ରୁଟି ହେତୁ MIG 29K ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି ବୋଲି ଭାରତୀୟ ନୌସେନା ସୂଚନା ଦେଇଛି। ତେବେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପାଇଲଟ୍। ତାଙ୍କ ଅବସ୍ଥା ସ୍ଥିର ରହିଛି ।

ଭାରତୀୟ ନୌସେନା ଏହାର ବିବୃତ୍ତିରେ କହିଛି, ଗୋଆ ଉପକୂଳରୁ ନିୟମିତ ବିମାନ ଉଡ଼ାଣ ସମୟରେ ଏକ MIG 29K ଯୁଦ୍ଧ ବିମାନ ସମୁଦ୍ର କୂଳରେ ଖସିପଡିଥିଲା। ବେସ କୁ ଫେରୁଥିବାବେଳେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଏପରି ହୋଇଛି। ତେବେ ପାଇଲଟ ନିରାପଦରେ ବାହାରକୁ ବାହାରି ଆସିଥିଲେ । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି। ପାଇଲଟଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି। ଭାରତୀୟ ନୌସେନା ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.