Below header

ଫାର୍ମରେ ପଶି ୯ ଗୋଟି କୁକୁଡାକୁ ଗିଳିଦେଲା ୧୦ ଫୁଟର ଅଜଗର

କୁକୁଡା ଫାର୍ମରେ ଅଜଗର। ଅଜଗରକୁ ଦେଖି ଛାନିଆ ଲୋକେ। ଧିରେ ଧିରେ ଛପି ଛପି ଫାର୍ମ ଭିତରେ ପଶି କୁକୁଡ଼ା ମାରି ଖାଇଲା ଅଜଗର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଧୋକୁଟା ଗ୍ରାମ ପାଖା ଜନକ ସାହୁଙ୍କ କୁକୁଡା ଫାର୍ମରେ ।

ଅନୁଗୋଳ(କେନ୍ୟୁଜ୍) : କୁକୁଡା ଫାର୍ମରେ ଅଜଗର। ଅଜଗରକୁ ଦେଖି ଛାନିଆ ଲୋକେ। ଧିରେ ଧିରେ ଛପି ଛପି ଫାର୍ମ ଭିତରେ ପଶି କୁକୁଡ଼ା ମାରି ଖାଇଲା ଅଜଗର । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲା ଧୋକୁଟା ଗ୍ରାମ ପାଖା ଜନକ ସାହୁଙ୍କ କୁକୁଡା ଫାର୍ମରେ । କୁକୁଡା ଫାର୍ମ ଭିତରେ ଏକ ୧୦ ଫୁଟ ଲମ୍ବର ଅଜଗର ସାପଟି କେଉଁଆଡୁ ଚାଲି ଆସିଥିଲା । ଯାହାକୁ ଦେଖି କୁକୁଡା ଗୁଡିକ ଭୟରେ ଶବ୍ଦ କରିବାକୁ ଲାଗିଲେ ।

ଏହାପରେ ଅଜଗରଟି ଗୋଟି ଗୋଟି କରି ୯ ଟା କୁକୁଡା ମାରି ଗିଳି ଦେଇଥିଲା। କୁକୁଡା ମାରି ଗିଳିବା ପରେ ସାପଟି ଆଉ ଚଳପ୍ରଚଳ ହୋଇପାରିନଥିଲା । ଯାହାଫଳରେ ଅଜଗରଟି ଫାର୍ମର ଗୋଟିଏ କଣରେ ଶୋଇ ରହିଥିଲା । ଏହାକୁ ଦେଖି ଜନକ ସାହୁ ଭୟଭୀତ ହୋଇ ଯାଇଥିଲେ। ଏବଂ ନିକଟସ୍ଥ ସାପ ଉଦ୍ଧାର କାରି ସଦସ୍ୟ ସୁଶାନ୍ତ କୁମାର ସାହୁ ଏବଂ ବିଶ୍ଵ ରଞ୍ଜନ ବେହେରା ଙ୍କୁ ଖବର ଦେଇଥିଲେ।

snake

ଏହି ଖବର ପାଇବା ପରେ ସୁଶାନ୍ତ ସାହୁ ଏବଂ ବିଶ୍ଵ ରଞ୍ଜନ ଘଟଣାସ୍ଥଳରେ ପହଂଚିଥିଲେ । ସୁରକ୍ଷିତ ଭାବେ ସେମାନେ ସାପଟିକୁ ଉଦ୍ଧାର କରିବା ସଫଳ ହୋଇଥିଲେ। ସାପଟିକୁ ଦେଖିବା ପାଇଁ ପ୍ରବଳ ଭିଡ ଜମିତଥିଲା । ତେବେ ସାପଟିକୁ ଉଦ୍ଧାର କରିବା ପରେ ପ୍ରଥମେ ତାକୁ ନିକଟସ୍ଥ କରତପଟା ବିଟ କାର୍ଯ୍ୟାଳୟର ଜିମା ଦିଆଯାଇଥିଲା । ଏହା ପରେ କରତପଟାର ବିଟ କାର୍ଯ୍ୟାଳୟ ୱାଚର ଭଜମନ ରାଉଳ ଓ ଉଚ୍ଛବ ସାହୁଙ୍କ ଉପସ୍ଥିତିରେ ୧୦ ଫୁଟ୍ ର ଅଜଗରଟିକୁ ଜଙ୍ଗଲରେ ଛାଡି ଦେଇଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.