ପୁଣି ଜୀବନ ନେଲା ହାତୀ : ପ୍ଲାଣ୍ଟରୁ ଫେରିବା ବେଳେ ଜଣଙ୍କୁ ଦଳିଦେଲା ଦନ୍ତା

ଥମୁନି ହାତୀ ଆତଙ୍କ।  ହାତୀ ଆକ୍ରମଣରେ ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇଝାଲିଆସାହି ର ପ୍ରଫୁଲ୍ଲ ଭୋଇ । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ  ଆକ୍ରମଣର ଶିକାର ହୋଇଥିଲେ ପ୍ରଫୁଲ୍ଲ ।  ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି ।

ଅନୁଗୁଳ (କେନ୍ୟୁଜ): ଥମୁନି ହାତୀ ଆତଙ୍କ। ହାତୀ ମଣିଷ ଲଢେଇରେ ଯାଉଛି ଅନେକ ଜୀବନ ।  ହାତୀ ଆକ୍ରମଣରେ ଅନୁଗୁଳ ଗଡ଼ସନ୍ତ୍ରି ପଞ୍ଚାୟତ ବାଇଝାଲିଆସାହିରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ବାଇଝାଲିଆସାହି ର ପ୍ରଫୁଲ୍ଲ ଭୋଇ । ରାତିରେ ପ୍ଲାଣ୍ଟରୁ ଘରକୁ ଫେରୁଥିବା ବେଳେ ହାତୀ  ଆକ୍ରମଣର ଶିକାର ହୋଇଥିଲେ ପ୍ରଫୁଲ୍ଲ ।  ଘଟଣାସ୍ଥଳରେ ହିଁ ପ୍ରଫୁଲ୍ଲଙ୍କ ମୃତ୍ୟୁ ହୋଇଛି । ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି ।  ପ୍ରଫୁଲ୍ଲଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି ।

ଅନ୍ୟପଟେ ବଅଁରପାଳ ବ୍ଲକ ନରେନ୍ଦ୍ରପୁର ମହାପାତ୍ର ସାହିରେ ଗୋଟିକିଆ ଦନ୍ତା ପଶି ଆତଙ୍କ ଖେଳାଇଛି ।  ହାତୀ ଭୟରେ ଲୋକେ ଘର ଛାଡି ଛାତ ଉପରେ ଆଶ୍ରୟ ନେଇଛନ୍ତି ।  ଭୟଭୀତ ଓ ଆତଙ୍କିତ ଅବସ୍ଥାରେ ଅଛନ୍ତି ଗ୍ରାମବାସୀ ।

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.