ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ, ଫସିଥିବା ଦୁଇ ନାବାଳକ ଉଦ୍ଧାର

ଗତକାଲି ବିଳମ୍ବିତ ରାତିରେ ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ। କୋଠାର ୫ମ ମହଲାରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ ହୋଇଯାଇଥିଲା। ଏହାରି ଭିତରେ ଦୁଇ ଜଣ ନାବାଳକ ଫସିରହି ଯାଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ): ଗତକାଲି ବିଳମ୍ବିତ ରାତିରେ ବାଣୀବିହାର ମେଟ୍ରୋ ଟାୱାରରେ ଅଗ୍ନିକାଣ୍ଡ। କୋଠାର ୫ମ ମହଲାରେ ଲାଗିଲା ନିଆଁ । ସଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଥିବା ସୂଚନା । ନିଆଁ ଲାଗିବା ପରେ ଚାରିଆଡେ ଧୂଆଁ ହୋଇଯାଇଥିଲା। ଏହାରି ଭିତରେ ଦୁଇ ଜଣ ନାବାଳକ ଫସିରହି ଯାଇଥିଲେ । ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଛି । କାହାର କୌଣସି କ୍ଷତି ଘଟି ନଥିବା ସୂଚନା।

ଖବର ଅନୁଯାୟୀ, ବାଣୀବିହାର ସ୍ଥିତ ମେଟ୍ରୋ ଟାଓ୍ୱାରର ପଞ୍ଚମ ମହଲାରେ ଥିବା ଏକ ଅଫିସରେ ନିଆଁ ଲାଗିଥିଲା । ଅଫିସର ଡିଜାଇନ୍‌ ପାଇଁ ପ୍ଲାଏ କାମ ଚାଲୁଥିଲା । ରାତି ହେବାରୁ ମିସ୍ତ୍ରୀ ଚାଲିଯାଇଥିଲା । ବାକି ଦୁଇ ଜଣ ହେଲ୍‌ପର ଭାବେ କାମ କରୁଥିବା ପିଲା ସେଠାରେ ରହିଯାଇଥିଲେ । ଦୁଇ ଜଣ ପିଲା ନିଦରେ ଶୋଇଥିବା ସମୟରେ ନିଆଁ ଲାଗିବା ସହ ଅଫିସ ଚାମ୍ବର ଭିତରେ ଧୂଆଁ ବ୍ୟାପିଥିଲା । ଦୁଇ ହେଲପରଙ୍କ ନିଦ ଭାଙ୍ଗିବା ବେଳକୁ ନିଆଁ ଓ ଧୂଆଁରେ ବଳୟ ସୃଷ୍ଟି ହୋଇସାରିଥିଲା । ଏହାପରେ ୧୧୨କୁ କଲ୍‌ କରି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ମଞ୍ଚେଶ୍ୱର ଅଗ୍ନିଶମ ବାହିନୀ ପହଞ୍ଚି ଦୁଇ ନାବାଳକଙ୍କୁ ଉଦ୍ଧାର କରିଥିଲେ। ତେବେ ଉଦ୍ଧାର ଦୁଇ ଜଣ ପିଲା ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଏହାପରେ ଉଭୟଙ୍କୁ ସହିଦ ନଗର ଥାନା ପୋଲିସର ଜିମା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.