ରକ୍ତକୁ ପ୍ରାକୃତିକ ଭାବରେ ଶୁଦ୍ଧ କରେ କଲରା, ଜାଣନ୍ତୁ ପିତା ଦୂର କରିବା ଉପାୟ

ଆୟୁର୍ବେଦରେ କଲରାର ଅନେକ ଉପକାର ମଧ୍ୟ ରହିଛି । ତେବେ ଏହାର ତିକ୍ତ ସ୍ୱାଦ ଯୋଗୁଁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତିନି । ଏନେଇ ଜଣେ ମାଷ୍ଟର ସେଫ କଲରାର ତିକ୍ତତାକୁ ଦୂର କରିବା ପାଇଁ କିଛି ସହଜ ଉପାୟ ଦେଇଛନ୍ତି ।

ରକ୍ତକୁ ସଫା କରିବାରେ କଲରାର ଉପଯୋଗିତା ରହିଛି । ଆୟୁର୍ବେଦରେ କଲରାର ଅନେକ ଉପକାର ମଧ୍ୟ ରହିଛି । ତେବେ ଏହାର ତିକ୍ତ ସ୍ୱାଦ ଯୋଗୁଁ ଅନେକ ଲୋକ ଏହାକୁ ଖାଇବାକୁ ପସନ୍ଦ କରନ୍ତିନି । ଏନେଇ ଜଣେ ମାଷ୍ଟର ସେଫ କଲରାର ତିକ୍ତତାକୁ ଦୂର କରିବା ପାଇଁ କିଛି ସହଜ ଉପାୟ ଦେଇଛନ୍ତି । ଯାହା ସାହାଯ୍ୟରେ ଆପଣ ନିଜ ଡାଏଟରେ କଲରାକୁ ତରକାରୀ ଭାବରେ ପ୍ରସ୍ତୁତ କରି କିମ୍ବା ଅନ୍ୟ ଉପାୟରେ ଏହାକୁ ସାମିଲ କରିପାରିବେ ।

ତେବେ ଆସନ୍ତୁ ଜାଣିବା କଲରାର ଉପକାରିତା
ରକ୍ତ ଶୁଦ୍ଧ କରେ:
କଲରାକୁ ପ୍ରାକୃତିକ ରକ୍ତ ବିଶୋଧନକାରୀ ବୋଲି କୁହାଯାଏ । ଏଥିରେ ଭରପୂର ମାତ୍ରାରେ ଭିଟାମିନ ମିଳିଥାଏ ଯାହା ରକ୍ତ ସଫା ରଖିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ଏଥିରେ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ମଧ୍ୟ ମିଳିଥାଏ ଯାହା ଆମ ଶରୀର ପାଇଁ ଲାଭଦାୟକ ହୋଇଥାଏ ।

ଡାଇବେଟିସ୍‌ ପାଇଁ ରାମବାଣ:
କଲରାରେ ଥିବା କେରେଣ୍ଟିନ୍ ଉପାଦାନ ଶରୀରର ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବାରେ ସାହାଯ୍ୟ କରିଥାଏ । ଏହା ସହିତ ପଲିପେପ୍ଟାଇଡ୍ ମଧ୍ୟ ପ୍ରଚୁର ପରିମାଣରେ ଥାଏ, ଯାହା ଶରୀରରେ ବ୍ଲଡ୍‌ ସୁଗାରକୁ କଣ୍ଟ୍ରୋଲ କରିବା ପାଇଁ ଇନସୁଲିନ୍ ପରି କାମ କରେ ।

ବ୍ଲଡପ୍ରେସର ପାଇଁ ଲାଭଦାୟକ କଲରା:
କଲରାରେ ଥିବା ପୋଟାସିୟମ୍ ଆମ ଶରୀରର ବ୍ଲଡପ୍ରେସରକୁ ନିୟନ୍ତ୍ରଣ କରିଥାଏ । କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ନ୍ୟୁରୋଟ୍ରାନ୍ସମିସନ୍ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ସାହାଯ୍ୟ ହୋଇଥାଏ । ସେଥିପାଇଁ କଲରାକୁ ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି କୁହାଯାଏ ।

କଲରାର ତିକ୍ତତା ଦୂର କରିବାର ଉପାୟ
ଲୁଣ ମିଶାଇ କିଛି ସମୟ ରଖନ୍ତୁ:
କଲରାର ତିକ୍ତତା କମ୍‌ କରିବାକୁ ଚାହୁଁଥିଲେ ଏହାକୁ କାଟି ସେଥିରେ ଲୁଣ ପକାଇ ଦିଅନ୍ତୁ । ପ୍ରାୟ ୧୫-୨୦ ମିନିଟ୍ ପରେ କଲରାରୁ ବାହାରୁଥିବା ପାଣିକୁ ଫିଙ୍ଗି ଦିଅନ୍ତୁ । ଏହା ଦ୍ୱାରା କଲରାର ତିକ୍ତତା କମ୍‌ ହୋଇଯିବ ।

ଛାଣିବା ପୂର୍ବରୁ ମହୁ କିମ୍ବା ଚିନି ପାଣିରେ ପକାନ୍ତୁ: କଲରାକୁ ଛାଣିବା ପୂର୍ବରୁ, ଏକ ପାତ୍ରରେ ପାଣି ନିଅନ୍ତୁ ଆବଶ୍ୟକତା ଅନୁଯାୟୀ ମହୁ କିମ୍ବା ଚିନି ମିଶାନ୍ତୁ ଏବଂ ଏଥିରେ କଲରାକୁ ପକାଇ ଦିଅନ୍ତୁ । ଏହା ପରେ ଯଦି ଆପଣ କଲରାକୁ ଛାଣି ଖାଆନ୍ତି ତେବେ ମହୁ କିମ୍ବା ଚିନି ଯୋଗୁଁ ଏହାର ତିକ୍ତତା କମ୍‌ ହୋଇଯିବ ।

କଲରାକୁ ଦହିରେ ରଖନ୍ତୁ:
କଲରାର ତିକ୍ତତା ହ୍ରାସ କରିବା ପାଇଁ ଏହାକୁ କିଛି ସମୟ ପାଇଁ ଦହିରେ ଭିଜେଇ ଦିଅନ୍ତୁ । କିଛି ସମୟ ପରେ କଲରାକୁ ପାଣିରେ ଭଲ ଭାବରେ ଧୋଇ ନିଅନ୍ତୁ । ଏହା ପରେ କଲରା ତରକାରୀ କରିବା ଦ୍ୱାରା ଏହାର ତିକ୍ତତା କମିଯିବ ।

ନଡ଼ିଆ ପାଣି ସହିତ କଲରାକୁ ମେରିନେଟ୍ କରନ୍ତୁ:
ନଡ଼ିଆ ପାଣି ତଥା ରସ ବ୍ୟବହାର କରି କଲରାର ତିକ୍ତତା ମଧ୍ୟ ହ୍ରାସ କରାଯାଇ ପାରିବ । ନଡ଼ିଆ ପାଣିରେ କଲରାକୁ ମେରିନେଟ୍ କରନ୍ତୁ ଏବଂ ତା’ପରେ ଏହାକୁ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ଛାଡି ଦିଅନ୍ତୁ । କିଛି ସମୟ ପରେ ଏହାକୁ ଭଲ ଭାବରେ ଧୋଇ ଦିଅନ୍ତୁ ଏବଂ ପରେ ବ୍ୟବହାର କରନ୍ତୁ । ଏହା କଲରାର ତିକ୍ତତାକୁ କମ କରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.