Below header

ବିଷାକ୍ତ ଛତୁ ଖାଇ ୧୦ ଗୁରୁତର

ଭଞ୍ଜନଗର(କେନ୍ଯୁଜ୍): ବିଷାକ୍ତ ଛତୁ ଖାଇ ୧୦  ଗୁରୁତର। ଏମାନଙ୍କୁ ଗୁରୁତର ଅବସ୍ଥାରେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ସମସ୍ତ ଗୁରୁତର ବ୍ଯକ୍ତି ଢନାରଡା ଗାଁ ସମେତ ଗାଙ୍ଗପୁରା ଥାନା ଅନ୍ତର୍ଗତ ଶିଆରିମାଳ ନିକଟସ୍ଥ ନୂଆଗାଁର ବୋଲି ସୂଚନା ମିଳିଛି।

ରିପୋର୍ଟ ଅନୁଯାୟୀ ସମସ୍ତ ଗୁରୁତର ଗତକାଲି ରବିବାର ରାତିରେ ଛତୁ ଖାଇ ଅସୁସ୍ଥ ହୋଇଥିବାରୁ ସେମାନଙ୍କୁ  ବିଳମ୍ବିତ ରାତିରେ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଛତୁରେ ବିଷକ୍ରିୟା ଜନିତ କାରଣରୁ ସମସ୍ତ ଅସୁସ୍ଥ ହୋଇଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ତେବେ ସମସ୍ତଙ୍କ ସ୍ବାସ୍ଥ୍ଯବସ୍ଥା ସ୍ଥିର ରହିଥିବା ବେଳେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଧିକାରୀଙ୍କ ସୂତ୍ରରୁ ଜଣାପଡିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.