ଏଥର ରଥଯାତ୍ରା ହେଉ, ଏହି ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଛନ୍ତି ମୁସଲମାନ ଛାତ୍ର

ନୟାଗଡ(କେନ୍ଯୁଜ୍): କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ରଥ ଯାତ୍ରା ହେବ କି ନାହିଁ ତାହା ବର୍ତ୍ତମାନ ଏକ ପ୍ରଶ୍ନବାଚୀ । ଏନେଇ କଥା ପହଞ୍ଚିଛି ସୁପ୍ରିମକୋର୍ଟରେ । ଅନ୍ଯପଟେ ରଥଯାତ୍ରା ହେଉ ବୋଲି ପିଟିସନ ଦାଖଲ କରିଛନ୍ତି ଜଣେ ମୁସଲମାନ ଛ।ତ୍ର । ମୁସଲମାନ ଛ।ତ୍ର ଜଣକ ହେଉଛନ୍ତି ନୟାଗଡ ଜିଲ୍ଲା ଇଟାମାଟି ଗାଁର ଆଫତାବ ହୁସେନ । ସେ ବାଣିଜ୍ୟ ବିଭାଗର ଶେଷ ବର୍ଷର ଛାତ୍ର । ତେବେ ସେ ଦୀର୍ଘ ଆଠ ବର୍ଷ ନିଜ ଘରେ ଜଗନ୍ନାଥଙ୍କ ମୂର୍ତ୍ତି ରଖି ପୂଜା କରୁଛନ୍ତି । ପ୍ରତ୍ଯେକଦିନ ସକାଳେ ଓ ସନ୍ଧ୍ୟାରେ ଦୁଇବେଳା ଜଗନ୍ନାଥଙ୍କୁ ଫୁଲ,ତୁଲସୀ ଦେଇ ପୂଜା କରୁଛନ୍ତି । ଏହି କାର୍ଯ୍ୟ ସେ ଦୀର୍ଘ ଆଠ ବର୍ଷ ହେବ କରିଆସୁଛନ୍ତି । ଏହାବ୍ଯତୀତ ନିରାମିଷ ଭୋଜନ ମଧ୍ଯ କରୁଛନ୍ତି ଆଫତାବ ହୁସେନ ।

ଆଫତାବଙ୍କ ଅଜାଙ୍କର ରାମାୟଣ, ମହାଭାରତରେ ଅଗାଧ ପାଣ୍ଡିତ୍ୟ ଥିଲା । ଯାହାର ପ୍ରଭାବ ପଡିଥିଲା ଆଫତାବଙ୍କ ଉପରେ । ଯେତେବେଳେ ମହାପ୍ରଭୁଙ୍କର ରଥ ଯାତ୍ରାକୁ ନେଇ କାଠଗଡାରେ କିଛି ଲୋକ ଛିଡାହେଲେ, ଆଫତବ ମଧ୍ୟ ଜଗନ୍ନାଥଙ୍କ ରଥ ଯାତ୍ରା ହେଉ ବୋଲି ଦାବି କରି ସୁପ୍ରିମକୋର୍ଟ ଗଲେ । ବର୍ତ୍ତମାନ ସୁପ୍ରିମକୋର୍ଟ କି ରାୟ ପ୍ରଦାନ କରୁଛନ୍ତି ଦେଖୁବାକୁ ବାକି ରହିଛି । ତେବେ ଅଫତାବଙ୍କର ଏହି କାର୍ଯ୍ଯପରେ ସେ ଏବେ ଓଡିଶା ରେ ଚର୍ଚ୍ଚାରେ ରହିଛନ୍ତି । ଏପରିକି ଘରେ ଏକ ରଥ ନିର୍ମାଣ କରି ରଥଯାତ୍ରା ମଧ୍ୟ କରୁଛନ୍ତି ଆଫତାବ। ଏଥିପାଇଁ ତାଙ୍କ ମା ତାଙ୍କୁ ପ୍ରେରଣା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.