ଯାଜପୁର: ୧୦ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡ

ଯାଜପୁର ଟାଉନ(କେନ୍ୟୁଜ୍): ୧୦ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଅଭିଯୁକ୍ତ କୁ ୧୦ ବର୍ଷ କାରାଦଣ୍ଡ ଶୁଣାଇଛନ୍ତି ଯାଜପୁର ପୋକ୍ସ କୋର୍ଟ । ୨୦୧୭ ମସିହା ମାର୍ଚ୍ଚ ୩୧ ତାରିଖ ରେ ମଙ୍ଗଳପୁର ଥାନା ଅଞ୍ଚଳରେ ଜଣେ ୧୦ ବର୍ଷର ଦିବ୍ୟାଙ୍ଗ ନାବାଳିକା ସ୍କୁଲରୁ ଘରକୁ ଫେରୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଅଶୋକ ଜେନା ନାମକ ଜଣେ ବ୍ୟକ୍ତି ତାକୁ ବଳ ପୂର୍ବକ ଟେକି ନେଇ ଦୁଷ୍କର୍ମ କରିଥିଲା ।

ପୀଡିତା ନାବାଳିକା ଜଣକ ଏସମ୍ପର୍କରେ ତାର ମାଆକୁ କହିବା ପରେ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବେଳେ ଜାମିନ ନାମଞ୍ଜୁର ହେବାରୁ ତାକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଯାଜପୁର ପୋକ୍ସ କୋର୍ଟରେ ଘଟଣାର ବିଚାର ଚାଲିଥିବା ବେଳେ ଆଜି ରାୟ ପ୍ରକାଶ ପାଇଛି । ମାନ୍ୟବର କୋର୍ଟ ଅଭିଯୁକ୍ତ ଅଶୋକ ଜେନାକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଦଣ୍ଡାଦେଶ ଓ ଏକ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.