ମୋହନାକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ଦାବି, ମୋହନା ଉନୟନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲା ମୋହନାରେ ସବଡିଭିଜନ ପ୍ରତିଷ୍ଠା ଦାବି ନେଇ ମୋହନା ଉନ୍ନୟନ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ସ୍ଥାନୀୟ ବିଡ଼ିଓ ବଂଶୀଧର ଖୋସଲା , ତହସିଲଦାର କଲ୍ୟାଣୀ ସଂଘମିତ୍ରା ଦେବୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।  ମୋହନାରେ ସବଡିଭିଜନ ସହ ୧୧ ଦଫା ଦାବି ସମ୍ବଳିତ ଏକ ସ୍ମାରକ ପତ୍ର ପ୍ରଦାନ କରାଯିବା ସହ ସରକାର ଏ ସମ୍ପର୍କରେ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

ଗଜପତି ଜିଲ୍ଲାର ମୋହନ ଓଡ଼ିଶାର ଦ୍ୱିତୀୟ ବୃହତମ ବ୍ଲକ । ଏହି ବ୍ଲକରେ ୩୯ଟି ପଞ୍ଚାୟତ ଥିବା ବେଳେ ପ୍ରଶାସନିକ କାର୍ଯ୍ୟ ପାଇଁ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏଣୁ ମୋହନାରେ ସବ ଡିଭିଜନ ପ୍ରତିଷ୍ଠା ହେଲେ ବହୁ ଉପକୃତ ହୋଇପାରିବେ । ଏଥିପାଇଁ ଅଞ୍ଚଳବାସୀ ବହୁବାର ଦାବି ଜଣାଇଛନ୍ତି ।

mohan 2

ଅନ୍ୟ ଦାବି ମଧ୍ୟରେ ମୋହନାକୁ ଏନ ଏ ସି ମାନ୍ୟତା , ପାନୀୟ ଜଳ ସମସ୍ୟା ଦୂର ପାଇଁ ୨ ଟି ଓଭର ହେଡ ପାଣି ଟାଙ୍କି ନିର୍ମାଣ, ମୋହନା ବ୍ଲକରେ ଆଉ ୨୦ ଟି ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ, ବସଷ୍ଟାଣ୍ଡ ନିର୍ମାଣ, ମୁଖ୍ୟ ରାସ୍ତାର ଦୁଇ ପାର୍ଶ୍ଵରେ ଡ୍ରେନ ନିର୍ମାଣ ,ଧନୁପଙ୍କ ନଦୀ ଉପରେ ପୋଲ ନିର୍ମାଣ , ୨ଟି ଶୌଚାଳୟ ନିର୍ମାଣ, କଲେଜ ଛକରୁ ବଧିର ବିଦ୍ୟାଳୟ ପର୍ଯ୍ୟନ୍ତ ଦୁଇ ଲାଇନ ରାସ୍ତା ନିର୍ମାଣ, ମୋହନାରେ ସବରେଜିଷ୍ଟାର କାର୍ଯ୍ୟାଳୟର କାର୍ଯ୍ୟକ୍ଷମ ସହ ଉପଖଣ୍ଡ ପୋଲିସ ଅଧିକାରୀ କାର୍ଯ୍ୟାଳୟ ନିର୍ମାଣ ପାଇଁ ଦାବି କରାଯାଇଛି ।

ଏହି ଦାବି ପତ୍ର ପ୍ରଦାନ ବେଳେ ମୋହନା ଉନୟନ ପରିଷଦ ସଭାପତି ଦଣ୍ଡାସି ସାହୁ , ଉପ ସଭାପତି ସୀମାଞ୍ଚଳ କାର୍ଜି ,ସମ୍ପାଦକ ରସାନନ୍ଦ ପାଣି , ଉପଦେଷ୍ଟା ମଧୁସୂଦନ ପାଢ଼ୀ , ଦୁର୍ଯ୍ୟଧନ କରଡା , ସଦସ୍ୟ ବିଭୂ ଚରଣ ମାଲିକ ,ଭିକାରୀ ନାୟକ ଙ୍କ ସମେତ ବହୁ ସଦସ୍ୟ ପ୍ରତିନିଧି ଯୋଗଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.