ରାଖି ବାନ୍ଧିବା ସର୍ତ୍ତରେ ଯୈାନ ନିର୍ଯାତନାକାରୀଙ୍କୁ ଜାମିନ ମଞ୍ଜୁରିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ନଅ ଜଣ ଆଡ୍‌ଭୋକେଟ୍‌

ନୂଆଦିଲ୍ଲୀ : ‘ରାଖି’ ବାନ୍ଧିବା ସର୍ତ୍ତରେ ଜଣେ ଯୈାନ ନିର୍ଯାତନାକାରୀଙ୍କୁ ମଧ୍ୟପ୍ରଦେଶ ହାଇକୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ଯାହାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଛି । ହାଇକୋର୍ଟଙ୍କ ଜାମିନ ନାମଞ୍ଜୁରକୁ ବିରୋଧ କରି ସୁପ୍ରିମକୋର୍ଟରେ ନଅ ଜଣ ମହିଳା ଓକିଲ ଆବେଦନ କରିଛନ୍ତି । ଫଳରେ ଏହି ମାମଲାରେ ଆଟର୍ଣ୍ଣି ଜେନେରାଲ୍‌ଙ୍କ ସହାୟତା ଲୋଡ଼ାଯାଇଛି ।

ଏକ ଯୈାନ ନିର୍ଯାତନା ମାମଲାର ବିଚାର କରି ପୀଡିତାଙ୍କୁ ରାଖି ବାନ୍ଧିବା ସର୍ତ୍ତ ରଖି ମଧ୍ୟପ୍ରଦେଶ ହାଇକୋର୍ଟ ଗତ ଜୁଲାଇ ମାସରେ ଜଣେ ଅଭିଯୁକ୍ତକୁ ଜାମିନ ମଞ୍ଜୁର କରିଥିଲେ । ଉକ୍ତ ଆଦେଶରେ ମଧ୍ୟପ୍ରଦେଶ ହାଇକୋର୍ଟ କହିଥିଲେ, ଅଭିଯକ୍ତ ରାଖି ଓ ମିଠାଇ ସହ ପତ୍ନୀଙ୍କ ସାଙ୍ଗରେ ଯାଇ ଉକ୍ତ ପୀଡିତାଙ୍କୁ ରାଖି ବାନ୍ଧିବେ ଓ ସବୁଦିନ ପାଇଁ ତାଙ୍କର ସୂରକ୍ଷା ଦାୟୀତ୍ତ୍ୱ ନେବେ । ଏହାଛଡା ପୀଡ଼ିତାଙ୍କୁ ୧୧ ହଜାର ଟଙ୍କା ଉପହାର ଦେବେ ।

ଏହାକୁ ଚ୍ୟାଲେଞ୍ଜ କରି ୯ ଜଣ ମହିଳା ଓକିଲ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଅପର୍ଣ୍ଣା ଭଟ୍ଟଙ୍କ ସମେତ ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଡ୍‌ଭୋକେଟ୍‌  ସଞ୍ଜୟ ପାରିଖ ଖଣ୍ଡପୀଠଙ୍କୁ କହିଲେ ଯେ, ଅସ୍ୱାଭାବିକ ପରିସ୍ଥିତିରେ ଏହି ଆବେଦନ ଫାଇଲ୍ କରାଯାଇଛି। ଏ ଭଳି ସର୍ତ୍ତ ରଖି ପୀଡ଼ିତାଙ୍କ କଷ୍ଟକୁ ଗୁରୁତ୍ତ୍ୱହୀନ କରାଯାଇଛି। ଏ ପ୍ରକାରର ସର୍ତ୍ତ ଆଇନର ନୀତି ବିରୋଧୀ। କିନ୍ତୁ, ଏହାର ପୁନରାବୃତ୍ତି କରାଯାଉଛି। ଖଣ୍ଡପୀଠ ନଭେମ୍ବର ୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.