Below header

ପୁରୀ: ଟ୍ରେନ ପୋଡ଼ି ଘଟଣାରେ ରାୟ ଶୁଣାଇଲେ ପୁରୀ ସିଜିଏମ,ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୭୫ ହଜାର ଜରିମାନା

କେନ୍ୟୁଜ୍(ବ୍ୟୁରୋ):  ବହୁ ଚର୍ଚ୍ଚିତ  ପୁରୀ ଟ୍ରେନ ପୋଡ଼ଇ ଘଟଣାରେ ରାୟ ଶୁଣାଇଲେ ପୁରୀ ସିଜିଏମ। ଅଭିଯୁକ୍ତ ସୁବାଷ ରାମଚନ୍ଦ୍ରନଙ୍କୁ ୫ ବର୍ଷ ଜେଲ ଦଣ୍ଡ ସହ ୭୫ ହଜାର ୫୦୦ ଟଙ୍କା ଜରିମାନର ରାୟ ଶୁଣାଇଲେ ସିଜିଏମ। ଜରିମାନା ନଦେଲେ ଅଧିକ ୧୦ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କହିଛନ୍ତି ସିଜିଏମ ଇନ୍ଦୁ ଶର୍ମା । ୪୦ଜଣ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ରାୟ ଶୁଣାଇଛନ୍ତି ପୁରୀ ଅତିରିକ୍ତ ସେସନ ଜଜ୍‌ କମ୍‌ ସିଜେଏମ ଡ. ଇନ୍ଦୁ ଶର୍ମା। ପାଞ୍ଚବର୍ଷ ତଳେ ପୁରୀ ଷ୍ଟେସନର ୨.୩.ଓ ୬ ନମ୍ବର ପ୍ଲାଟଫର୍ମରେ ତିନୋଟି ଟ୍ରେନରେ ନିଆଁ ଲଗାଇଥିଲା ଅଭିଯୁକ୍ତ ସୁବାଷ।

ଘଟଣା ଘଟିବାର ପରଦିନ ସଂନ୍ଧ୍ୟା ସମୟରେ ରାମଚନ୍ଦ୍ରନ ସନ୍ଦେହ ଜନକ ଭାବେ ପ୍ଲାଟଫର୍ମରେ ବୁଲୁଥିଲା। ଏହି ସମୟରେ ଜିଆରପି ପୋଲିସକୁ ସନ୍ଦେହ ହେବାରୁ ତାକୁ ଗିରଫ କରିଥିଲା। ଗିରଫ ବେଳେ ତା ନିକଟରୁ ଗୋଟିଏ ଛୁରୀ  ଓ ଦିଆସିଲି ଜିଆରପି ଦ୍ବାରା ଜବତ କରାଯାଇଥିଲା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.