Below header

ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଗଲା ୧୦୧ କୋଟି ଟଙ୍କାର ଛାତ୍ରବୃତ୍ତି

ଭୁବନେଶ୍ବର (କେନୁଜ୍) : ଆଜି ୫୦ ହଜାର ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ୧୦୧ କୋଟି ଟଙ୍କାର ଛାତ୍ରବୃତ୍ତି। ଓଡ଼ିଶା ଷ୍ଟେଟ୍‌ ସ୍କଲାରସିପ୍‌ ପୋର୍ଟାଲ ଜରିଆରେ ସିଧା ସଳଖ ଛାତ୍ରଛାତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠାଯାଇଛି ଏହି ଟଙ୍କା ।  ପୋଷ୍ଟ ମାଟ୍ରିକ ସ୍କଲାରସିପ୍‌ ଭାବେ ଏହି ଟଙ୍କା ଦିଆଯାଇଛି ।  ଏହାସହ ୩ଟି ଆକାଂକ୍ଷା ହଷ୍ଟେଲ ଓ ୬୮ ଅନ୍ୟ ଛାତ୍ରବାସର ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ।  5T କାର୍ଯ୍ୟକ୍ରମ ଅଧୀନରେ ଆଜି ଅନୁସୂଚିତ ଜନଜାତି ଓ ଜାତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ।

post matric

ପ୍ରାଥମିକ ସ୍ତରରେ ପିଲାମାନଙ୍କୁ ମାତୃଭାଷାରେ ଶିକ୍ଷା ପ୍ରଦାନ ପାଇଁ ସଂହତି କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଏଥିରେ ଦେଢ଼ ଲକ୍ଷ ପିଲା ସୁବିଧାରେ ପାଠ ପଢି ପାରିବେ। ସ୍ୱଚ୍ଛତା ଓ ଉତ୍ତରଦାୟିତ୍ୱ ସହ ଛାତ୍ରାବାସଗୁଡିକର ପରିଚାଳନା ପାଇଁ ୬ ହଜାର ୭ଶହ ହଷ୍ଟେଲର ୫ ଲକ୍ଷ ୭୫ ହଜାର ଅନ୍ତେବାସୀଙ୍କୁ ଦିଆଯାଇଛି ମୋ ଛାତ୍ରାବାସ କାର୍ଡ।

cm inagurate

ସ୍କଲାରସିପ୍‌ ଓ ମୋ ଛାତ୍ରାବାସ କାର୍ଡ ଯୋଜନାରେ ୬ ଲକ୍ଷ ଛାତ୍ରଛାତ୍ରୀ ଉପକୃତ ହେବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ । ଅନୁସୂଚିତ ଜାତି ପିଲାଙ୍କୁ ସହରର ଭଲ ସ୍କୁଲରେ ଶିକ୍ଷାଦେବା ପାଇଁ ଆକାଂକ୍ଷା ଯୋଜନା ଚାଲୁଛି । ଏହି ଯୋଜନାରେ ସମ୍ବଲପୁର, ରାଉରକେଲା ଓ ବ୍ରହ୍ମପୁରରେ ୩ଟି ଆକାଂକ୍ଷା ହଷ୍ଟେଲର ଉଦ୍‌ଘାଟିତ ହୋଇଛି । ଲୋକାର୍ପିତ ହୋଇଥିବା ୬୮ଟି ଛାତ୍ରାବାସ ପାଇଁ ଖର୍ଚ୍ଚ ହୋଇଛି ୧୫୦ କୋଟି ଟଙ୍କା ।

ମୁଖ୍ୟମନ୍ତ୍ରୀ କହିଥିଲେ .ଯେ ପିଲାମାନଙ୍କ ଦକ୍ଷତା ବିକାଶ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର। ତେଣୁ ପ୍ରୟାସ ଯୋଜନାରେ ୭ ହଜାର ୫ଶହରୁ ଅଧିକ ଏସ୍‌ସି, ଏସ୍‌ଟି ଓ ଓବିସି ପିଲାମାନଙ୍କ ପାଇଁ ନିଯୁକ୍ତି ଭିତ୍ତିକ ଦକ୍ଷତା ବିକାଶ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି ବୋଲି  ମୁଖ୍ୟମନ୍ତ୍ରୀ କହିଥିଲେ। ଏହାସହ ସରକାର ଆପାଦଗ୍ରସ୍ତ ଜନଜାତିଙ୍କ ପାଇଁ  ପୁଷ୍ଟି କାର୍ଯ୍ୟକ୍ରମ ଆରମ୍ଭ କରିଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.