Below header

କିଡନୀ ରୋଗୀଙ୍କୁ ରକ୍ତଦାନ କରି ଜୀବନ ବଞ୍ଚାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ

ଆଜି ପୁଣି ଜଣେ ଗୁରୁତର ରୋଗୀଙ୍କୁ ରକ୍ତଦାନ କରି ଆଉ ଜୀବନ ବଞ୍ଚାଇଛନ୍ତି ଜଣେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ଘଟଣା ଅନୁଯାୟୀ ସମ୍ବଲପୁର ଜମନକିରା ଅନ୍ତର୍ଗତ ରାଙ୍କିବାହାଲା ଗାଁର ହୃଦାନନ୍ଦ ଷଣ୍ଢ ଅନେକ ଦିନରୁ କିଡନୀ ରୋଗରେ ପୀଡ଼ିତ ହୋଇ କୁଚିଣ୍ଡା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏହି ସମୟରେ ରୋଗୀଙ୍କ ଚିକିତ୍ସା କରୁଥିବା ଡାକ୍ତର ଏସ.ପି. ଦୋରା ହୃଦାନନ୍ଦଙ୍କ ସ୍ତ୍ରୀଙ୍କୁ ତୁରନ୍ତ ‘ଏ ପଜିଟିଭ’ ବ୍ଲଡ ଗ୍ରୁପ ରକ୍ତ ଯୋଗାଡ଼ କରିବାକୁ କହିଥିଲେ । ନଚେତ ରୋଗୀଙ୍କ ଅବସ୍ଥା ଅଧିକ ଜଟିଳ ହୋଇପଡ଼ିବ ବୋଲି ଜଣାଇ ଦେଇଥିଲେ ।

ମାତ୍ର ଦୁର୍ଭାଗ୍ୟର କଥା ଯେ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା । ହେଲେ ଭଗବାନଙ୍କ ଆଶୀର୍ବାଦ ଭଳି ସୌଭାଗ୍ୟକୁ ଏହି ସମୟରେ ଜମନକିରାରୁ ଏକ ୧୦୮ ଆମ୍ବୁଲାନ୍ସ ଜଣେ ରୋଗୀଙ୍କୁ ନେଇ କୁଚିଣ୍ଡା ଡାକ୍ତରଖାନାକୁ ଆସିଥିଲା । ଏହାର ହେଲପର୍ ପିଣ୍ଟୁ ରାଣାଙ୍କୁ ରକ୍ତ ଦେବା ପାଇଁ ଅନୁରୋଧ କରିଥିଲେ ହୃଦାନନ୍ଦଙ୍କ ସ୍ତ୍ରୀ । କାରଣ ତାଙ୍କ ବ୍ଲଡ ଗ୍ରୁପ ‘ଏ ପଜିଟିଭ’ ଥିଲା । ତେଣୁ ପିଣ୍ଟୁ ତୁରନ୍ତ ରକ୍ତ ଦେବାକୁ ରାଜି ହୋଇ ଯାଇଥିଲେ । ଆଉ ଆଜି ତାଙ୍କର ଏହି ମାନବିକତା ପାଇଁ କିଡନୀ ରୋଗରେ ଆକ୍ରାନ୍ତ ହୃଦାନନ୍ଦଙ୍କ ଜୀବନ ବଞ୍ଚି ଯାଇଛି । ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ଏହି ମହାନ କାର୍ଯ୍ୟ ପାଇଁ ତାଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.