ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା, ଜଣେ ଆତଙ୍କୀ ମୃତ, ତିନି ଗିରଫ

ଆଜି ଜାମୁ କାଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି । ଆଜି ସୁରକ୍ଷାକର୍ମୀଙ୍କ ହାତରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ବେଳେ ୩ ଜଣଙ୍କୁ କାବୁ କରି ଗିରଫ କରିଛନ୍ତି । ସୂଚନା ଅନୁଯାୟୀ ଦକ୍ଷିଣ କାଶ୍ମୀରିର କୁଲଗାମ ଜିଲ୍ଲାରେ ଏହି ଘଟଣା ଘଟିଛି । ଶନିବାର ସୁରକ୍ଷା କର୍ମୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଘମାଘୋଟ ଗୁଳି ବିନିମୟ ହୋଇଥିଲା । ଦକ୍ଷିଣ କାଶ୍ମିରିର ମାରାହାମ ଅଞ୍ଚଳରେ ଏହି ଗୁଳି ବିନିମୟ ହୋଇଥିଲା । ପୁଲିସର ଦୁଇ ଟିମ ଏବଂ ସେନା ପକ୍ଷରୁ ମିଳିତ ଭାବେ ଏହି ଏନକାଉଣ୍ଟର କରାଯାଥିଲା । ଦୀର୍ଘ ସମୟ ଯାଏଁ ଦୁଇ ପକ୍ଷରୁ ମୁହାଁ ମୁହିଁ ହୋଇଥିବା ବେଳେ ଜଣେ ଆତଙ୍କବାଦ ନିପାତ ହୋଇଥିବା ନେଇ ଖବର ମିଳିଛି ।

ଏହାକୁ ନେଇ ଜମ୍ମୁକଶ୍ମୀରରେ ହାଇଆଲର୍ଟ ଜାରି କରାଯାଇଛି । ଆସନ୍ତା ୨୪ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଜମ୍ମୁକଶ୍ମୀର ବାରମୂଲା ୪୦ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ଏବଂ ଜମ୍ମୁରେ ୭ଘଣ୍ଟା ଧରି ଚାଲିଥିବା ଅପରେସନ୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.