Below header

ଗାଡ଼ିଠୁ ମୋବାଇଲ୍‌ ଯାଏଁ ଅଲ୍ଲୁ ଅର୍ଜୁନ୍‌ଙ୍କ ସବୁ ଜିନିଷରେ ରହିଛି ‘୬୬୬’, ଜାଣନ୍ତୁ ଏହି ନମ୍ବରର ରାଜ୍‌

ପୁଷ୍ପା, ଡିଜେ, ସୂର୍ଯ୍ୟା ଦ ସୋଲଜର ଭଳି ହିଟ୍‌ ଫିଲ୍ମ ଭେଟି ଦେଇଥିବା ଅଲ୍ଲୁ ଅର୍ଜୁନ୍‌ଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ନିଜ ଅଭିନୟ ଯୋଗୁ ସାରା ଦୁନିଆକୁ ଦିଓ୍ଵାନା କରିଥିବା ଅଲ୍ଲୁ ସ୍କ୍ରିନ୍‌ରେ ଯେତିକି ରାଗି ଓ ସିରିୟସ୍‌ ନଜର ଆସିଥାନ୍ତି, ଅସଲି ଜୀବନରେ ସେ ସେତିକି ଶାନ୍ତ ଓ ସରଳ ସ୍ୱଭାବର।

ତେବେ ବୋଧେ ଖୁବ୍‌ କମ୍‌ ଲୋକ ଜାଣିଥିବେ ଯେ ଅଲ୍ଲୁ ଅର୍ଜୁନ୍‌ର ପ୍ରିୟ ନମ୍ବର ହେଉଛି ୬୬୬। ଗାଡ଼ି ହେଉ କି ମୋବାଇଲ ସବୁ ଜାଗାରେ ତାଙ୍କର ୬୬୬ ଥାଏ। ଏହାକୁ ସୈତାନ ନମ୍ବର ବୋଲି କୁହାଯାଏ। କିନ୍ତୁ ଅଲ୍ଲୁ ଅର୍ଜୁନ୍‌ଙ୍କ ପାଇଁ ଏହି ନମ୍ବର ଶାନ୍ତିର ପ୍ରତୀକ। ଅଭିନେତା ଅଲ୍ଲୁ ଅର୍ଜୁନ୍‌ଙ୍କ ପାଖରେ ଅନେକ ଦାମୀ ଗାଡ଼ିର କଲେକ୍ସନ୍‌ ରହିଛି। ତାଙ୍କ ଭ୍ୟାନିଟି ଭ୍ୟାନ୍‌ ବି କୌଣସି ୫ ଷ୍ଟାର ହୋଟେଲ ଠାରୁ କମ୍‌ ନୁହେଁ। ଅଲ୍ଲୁଙ୍କର ସବୁ ଗାଡ଼ିର ନମ୍ବର ୬୬୬।

ଅଲ୍ଲୁ ଅର୍ଜୁନ୍‌ଙ୍କ ମୋବାଇଲ ନମ୍ବରର ଶେଷ ୩ଟି ଅଙ୍କ ମଧ୍ୟ ୬୬୬। ସେହିପରି ଗାଡ଼ି ନମ୍ବରରେ ବି ୬୬୬ ରହିଛି। ୨୦୧୭ ମସିହାରେ ସେ ଏକ ମର୍ସିଡିଜ୍‌ ଗାଡ଼ି କିଣିଥିଲେ। ତାହାର ନମ୍ବରରେ ମଧ୍ୟ ୬୬୬ ଥିଲା। ଗାଡ଼ିର ନମ୍ବର ପ୍ଲେଟ୍‌କୁ ସୋସିଆଲ ମିଡିଆରେ ସେୟାର କରି ଅଲ୍ଲୁ ଅର୍ଜୁନ୍‌ କହିଥିଲେ ଯେ ‘୬୬୬ ଦ ନମ୍ବର ଅଫ୍‌ ପିସ୍‌’। କିଛି ଲୋକଙ୍କ ପାଇଁ ଏହା ଅଶୁଭ ନମ୍ବର, କିନ୍ତୁ ମୋ ପାଇଁ ଏହା ଷ୍ଟାଇଲିସ୍‌ ଓ ଶାନ୍ତିର ପ୍ରତୀକ।

 

View this post on Instagram

 

A post shared by Allu Arjun (@alluarjunonline)

ଏଣୁ ଅଲ୍ଲୁ ଅର୍ଜୁନ୍‌ ନିଜ ବାଇକ୍‌, କାର୍‌, ଭ୍ୟାନିଟି ଭ୍ୟାନ୍‌ ଓ ମୋବାଇଲ ନମ୍ବର ଆଦି ସବୁଥିରେ ୬୬୬କୁ ରଖିଥାନ୍ତି। ତାଙ୍କ କହିବାନୁସାରେ, ଏହି ନମ୍ବର ତାଙ୍କ ପାଇଁ ସବୁବେଳେ ଶୁଭ। ଏହି ନମ୍ବର ବ୍ୟବହାର କଲେ କାଳେ ତାଙ୍କୁ ମାନସିକ ଶାନ୍ତି ମିଳେ। କୌଣସି କାମ ପାଇଁ ଯାଉଥିଲେ ସେ ସବୁ ବେଳେ ୬୬୬ ନମ୍ବର ଥିବା ଗାଡ଼ିକୁ ହିଁ ନେଇଥାନ୍ତି। ତାଙ୍କର ଏକ ଧାରଣା ରହିଛି ଯେ ଏହି ନମ୍ବର ଥିବା ଗାଡ଼ିରେ ଗଲେ ହିଁ ତାଙ୍କ କାମ ସୁରୁଖୁରୁରେ ହୋଇଯିବ।

ଅଲ୍ଲୁ ଅର୍ଜୁନ୍‌ କୁହନ୍ତି ଯେ ସେ ଅନ୍ଧ ବିଶ୍ୱାସକୁ ପ୍ରୋତ୍ସାହନ ଦିଅନ୍ତି ନାହିଁ। କିନ୍ତୁ ତାଙ୍କ ମାନସିକତା ରହି ଆସିଛି ଯେ ଏହି ୬୬୬ ହିଁ ତାଙ୍କ ପାଇଁ ସବୁ ବେଳେ ଲକି। ଯେତେ ଖରାପ ସ୍ଥିତିରେ ସେ ଥାଆନ୍ତୁ ନା କାହିଁକି ୬୬୬ ନମ୍ବର ଥିବା ଗାଡ଼ି କିମ୍ବା ନମ୍ବର ବ୍ୟବହାର କଲେ ସେ ସେଥିରୁ ବାହାରି ଆସନ୍ତି। ଏହା ତାଙ୍କର ଭ୍ରମ ଧାରଣା ବି ହୋଇପାରେ। କିନ୍ତୁ ୬୬୬ ନମ୍ବର ବ୍ୟବହାର କରିବା ତାଙ୍କୁ ମାନସିକ ଶାନ୍ତି ଦିଏ ବୋଲି ବିଶ୍ୱାସ କରନ୍ତି ଏହି ଦକ୍ଷିଣ ଭାରତୀୟ ଷ୍ଟାର।

Also Read: ଗର୍ଭପାତ ପାଇଁ ଘରୋଇ ଉପାୟ ଆପଣାଇବା ପୂର୍ବରୁ ଜାଣିରଖନ୍ତୁ ଏସବୁ କଥା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.