ବାପା ରଚିଥିଲା ପୁଅ ଅପହରଣ ନାଟକ

ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ ।

ଭୁବନେଶ୍ୱର (କେନ୍ୟୁଜ) : ବାପାକୁ ଭଲ ଲାଗୁନଥିଲା ସ୍ତ୍ରୀ । ନିଜ ଠୁ ଦୂରେଇ ଦେବାକୁ ଚାହୁଁଥିଲା । ସେଇଥିପାଇଁ ସ୍ତ୍ରୀ ରାଗ ସୁଝାଇଲା ପୁଅ ଉପରେ । ଏ କେମିତିକା ବାପା । ସ୍ତ୍ରୀକୁ ରାସ୍ତାରୁ ହଟାଇବା ପାଇଁ ନିଜେ ନିଜ ପୁଅକୁ କଲା ଅପହରଣ । ବାପା ରଚିଥିଲା ପୁଅ ଅପହରଣର ନାଟକ । ସ୍ତ୍ରୀ ଆଗରେ ଦେଖେଇ ହେଉଥିଲା ଯେମିତି ସେ କିଛି ଜାଣିନି । ହେଲେ ସବୁ ନାଟର ଗୋବର୍ଦ୍ଧନ ଥିଲା କୁନି ପୁଅର ବାପା । ହଁ ଦର୍ଶକବନ୍ଧୁ ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ୧୧ ମାସର ଶିଶୁକୁ ଅପହରଣ ଘଟଣା ସବୁଠି ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଏବେ ସେହି ଘଟଣା ଉପରୁ ପରଦା ହଟାଇଲେ ଭୁବନେଶ୍ୱର ଡିସିପି ।
ଭୁବନେଶ୍ୱର ପଟିଆ ଷ୍ଟେସନ ନିକଟରୁ ଅପହୃତ ପ୍ରାୟ ୧୧ ମାସର ଶିଶୁ କଟକରୁ ଉଦ୍ଧାର ହୋଇଛି । କେହି ଜଣେ କାରରେ ଆସି ମାଆ ପାଖରୁ ପୁଅକୁ ଛଡାଇ ନେଇଥିବା ଅଭିଯୋଗ ହୋଇଥିଲା । ଗତକାଲି ଅଭିଯୋଗ ପାଇବା ପରେ ପୋଲିସ ଅପହୃତ ପାଇଁ ବ୍ୟବହୃତ ହୋଇଥିବା ଗାଡିକୁ ଖୋଜିବା ସହ ମାମଲାର ଛାନଭିନ୍‌ ଆରମ୍ଭ କରିଥିଲା । ହେଲେ ଅଭିଯୋଗକାରୀ ତଥା ଛୁଆର ବାପା ସୁବ୍ରତ କଥା ରେ ତାଳ ମେଳ ରହୁ ନ ଥିବା ରୁ ପୋଲିସକୁ ସନ୍ଦେହ ସୃଷ୍ଟି ହୋଇଥିଲା । ଆଉ ତନାଘନା ପରେ ସାମ୍ନାକୁ ଆସିଲା ପ୍ରକୃତ ସତ ।

ହଁ ଆଜ୍ଞା ପୁରା ଘଟଣାଟି ଥିଲା ଏହିପରି । ଦୁଇ ବର୍ଷ ହେଲା ଏକାଠି ରହୁଥିବା ଅଭିଯୋଗକାରୀ ସୁବ୍ରତ ସେଠି ଓ ଶାନ୍ତିଲତା ମହାରଣାଙ୍କ ୧୧ମାସର ଛୁଆ ଥିଲା ଅପହୃତ ଶିଶୁ । ହେଲେ ୧୦ ବର୍ଷ ତଳେ ଶାନ୍ତିଲତା ବିଷ୍ଣୁ ପୃଷ୍ଟି ନାମକ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ । ଦୁଇବର୍ଷ ପୂର୍ବେ ଉଭୟଙ୍କ ଭିତରେ ବିବାଦ ହେବାରୁ ଶାନ୍ତିଲତା ସୁବ୍ରତଙ୍କ ପାଖକୁ ଆସି ତାଙ୍କ ସହ ରହୁଥିଲେ । ହେଲେ ଗତ ଦୁଇ ମାସ ହେଲା ବିଷ୍ଣୁ, ସୁବ୍ରତ ଓ ଶାନ୍ତିଲତାଙ୍କ ଭିତରେ ବିବାଦ ଦେଖାଯାଇଥିଲା । ସୁବ୍ରତ ଶାନ୍ତିଲତାଙ୍କ ଠାରୁ ଅଲଗା ହେବାକୁ ଚାଁହୁଥିବା ବେଳେ ବିଷ୍ଣୁ ଚାହୁଁଥିଲେ ପୂର୍ବସ୍ତ୍ରୀ ଶାନ୍ତିଲତାକୁ ନିଜ ପାଖକୁ ଫେରାଇ ଆଣିବାକୁ ।

ହେଲେ ଏହା ସମ୍ଭବ ହୋଇପାରୁନଥିଲା । ସୁବ୍ରତ ବି ଚାହୁଁଥିଲେ ଶାନ୍ତିଲତା ତାଙ୍କ ପୂର୍ବ ସ୍ୱାମୀ ବିଷ୍ଣୁ ପାଖକୁ ଚାଲିଯାଉ । ତାପରେ ଆରମ୍ଭ ହୋଇଥିଲା ମାଷ୍ଟର ପ୍ଲାନ୍‌ । ୧୫ ଦିନ ତଳେ ଛୁଆର ବାପା ଓ ଶାନ୍ତିଲତାଙ୍କ ପୂର୍ବ ସ୍ୱାମୀ ବିଷ୍ଣୁଙ୍କ ମଧ୍ୟରେ ହୋଇଥିଲା ବଡ ଡିଲ୍‌ । ଯୋଜନା ଅନୁସାରେ ସୁବ୍ରତ ବିଷ୍ଣୁକୁ ଛୁଆ ଟିକୁ ହସ୍ତାନ୍ତର କରିବ । ବିଷ୍ଣୁର ସହଯୋଗୀ ଶରତ ମହାନ୍ତିକୁ ଛୁଆ ଦିଆଯିବ । ଏହାପରେ ସୁବ୍ରତ ଶାନ୍ତିଲତାଙ୍କୁ ବିଷ୍ଣୁଙ୍କ ପାଖକୁ ଫେରିଯିବାକୁ ବାଧ୍ୟ କରିବ । ତେବେ ଏପରି କିଛି ଅପହରଣର ନାଟକ ରଚିଥିଲା ବାପା । ଯାହା ଉପରୁ ପରଦା ହଠାଇଛି କମିଶନରେଟ୍‌ ପୋଲିସ । ଏହି ମାମଲାର ଅନ୍ୟତମ ଅଭିଯୁକ୍ତ ବ୍ରଜ କିଶୋର ନାଥ ଯିଏ ଗାଡି ଯୋଗାଡ଼ କରିଥିଲା ତାକୁ ମଧ୍ୟ ଗିରଫ କରାଯାଇଛି । ଅପହରଣ ଓ ଷଡଯନ୍ତ୍ର ମାମଲାରେ ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବ ମଞ୍ଚେଶ୍ୱର ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.