ଜାତୀୟ କ୍ରୀଡ଼ା ପୁରସ୍କାର: ଦୁଇ ବ୍ୟାଡ୍‌ମିଣ୍ଟନ ଖେଳାଳି ପାଇବେ ଖେଳରତ୍ନ, ମହମ୍ମଦ ଶାମିଙ୍କ ସମେତ ୨୬ ଜଣଙ୍କୁ ଅର୍ଜୁନ ପୁରସ୍କାର

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌ଙ୍କୁ ପ୍ରଦାନ କରାଯିବ। ବ୍ୟାଡ୍‌ମିଣ୍ଟନ ଖେଳରେ ବଳିଷ୍ଠ ଅବଦାନ ପାଇଁ ଦୁଇଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ବୁଧବାର ‘ଜାତୀୟ କ୍ରୀଡ଼ା ପୁରସ୍କାର ୨୦୨୩’ ଘୋଷଣା କରିଛି। ଏହା ଅନୁସାରେ, ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ଦୁଇ ଷ୍ଟାର୍‌ ବ୍ୟାଡ୍‌ମିଣ୍ଟନ ଖେଳାଳି ଚିରାଗ ଚନ୍ଦ୍ରଶେଖର ସେଟ୍ଟି ଓ ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌ଙ୍କୁ ପ୍ରଦାନ କରାଯିବ। ବ୍ୟାଡ୍‌ମିଣ୍ଟନ ଖେଳରେ ବଳିଷ୍ଠ ଅବଦାନ ପାଇଁ ଦୁଇଜଣଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।

ଏହିପରି ୨୦୨୩ରେ ବିଭିନ୍ନ କ୍ରୀଡ଼ାରେ ଉତ୍କଷ୍ଟ ପ୍ରଦର୍ଶନ ପାଇଁ କ୍ରିକେଟର ମହମ୍ମଦ ଶାମିଙ୍କ ସମେତ ଅନ୍ୟ ୨୬ ଜଣ ଅର୍ଜୁନ ପୁରସ୍କାରରେ ସମ୍ମାନିତ ହେବେ। ଟିମ୍‌ ଇଣ୍ଡିଆ ପାଇଁ ଶାମିଙ୍କର ଜବରଦସ୍ତ ପ୍ରଦର୍ଶନ ଲାଗି ସେ ଅର୍ଜୁନ ପୁରସ୍କାର ପାଇବେ। ମନୋନୀତ ଖେଳାଳିମାନଙ୍କୁ ୨୦୨୪ ଜାନୁୟାରୀ ୯ରେ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ସମ୍ମାନିତ କରାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଖେଳାଳିମାନଙ୍କୁ ପୁରସ୍କୃତ କରିବେ।

ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ୨୦୨୩

୧. ଚିରାଗ ଚନ୍ଦ୍ରଶେଖର ସେଟ୍ଟି

୨. ରଙ୍କିରେଡ୍ଡୀ ସାତ୍ତ୍ୱିକ୍‌ ସାଇରାଜ୍‌

ଅର୍ଜୁନ ପୁରସ୍କାର ୨୦୨୩

୧. ଓଜସ୍‌ ପ୍ରବୀଣ ଦେଓତାଲେ (ତୀରନ୍ଦାଜୀ)

୨. ଅଦିତି ଗୋପୀଚାନ୍ଦ ସ୍ୱାମୀ (ତୀରନ୍ଦାଜୀ)

୩. ଶ୍ରୀଶଙ୍କର ଏମ୍‌ (ଆଥଲେଟିକ୍ସ)

୪. ପାରୁଲ ଚୌଧୁରୀ (ଆଥଲେଟିକ୍ସ)

୫. ମହମ୍ମଦ ହୁସାମୁଦ୍ଦିନ (ବକ୍ସିଂ)

୬. ଆର୍‌. ବୈଶାଳୀ (ଚେସ୍)

୭. ମହମ୍ମଦ ଶାମି (କ୍ରିକେଟ୍)

୮. ଅନୁଶ୍‌ ଅଗ୍ରୱାଲ (ଅଶ୍ୱଚାଳନା)

୯. ଦିବ୍ୟକୃତି ସିଂ (ଅଶ୍ୱଚାଳନା ଡ୍ରେସେଜ୍‌)

୧୦. ଦୀକ୍ଷା ଡାଗର (ଗଲ୍ଫ)

୧୧. କ୍ରିଷ୍ଣା ବାହାଦୂର ପାଠକ (ହକି)

୧୨. ପୁଖରାମବମ୍‌ ସୁଶୀଲା ଚାନୁ (ହକି)

୧୩. ପୱନ କୁମାର (କବାଡି)

୧୪. ରିତୁ ନେଗି (କବାଡି)

୧୫. ନସରିନ୍ (ଖୋ-ଖୋ)

୧୬. ସୁଶ୍ରୀ ପିଙ୍କି (ଲନ୍ ବାଓଲ୍ସ)

୧୭. ଐଶ୍ୱର୍ଯ୍ୟା ପ୍ରତାପ ସିଂ ତୋମାର (ଶୁଟିଂ)

୧୮. ସୁଶ୍ରୀ ଇଶା ସିଂ (ଶୁଟିଂ)

୧୯. ହରିନ୍ଦର ପାଲ ସିଂ ସାନ୍ଧୁ (ସ୍କ୍ୱାସ୍)

୨୦. ଅୟହିକା ମୁଖାର୍ଜୀ (ଟେବୁଲ୍ ଟେନିସ୍)

୨୧. ସୁନୀଲ କୁମାର (କୁସ୍ତି)

୨୨. ସୁଶ୍ରୀ ଏଣ୍ଟିମ୍ (କୁସ୍ତି)

୨୩. ନାଓରେମ୍ ରୋଶିବିନା ଦେବୀ (ଉଶୁ)

୨୪. ଶୀତଲ ଦେବୀ (ପାରା ତୀରନ୍ଦାଜୀ)

୨୫. ଇଲୁରୀ ଅଜୟ କୁମାର ରେଡ୍ଡୀ (ବ୍ଲାଇଣ୍ଡ୍‌ କ୍ରିକେଟ୍)

୨୬. ପ୍ରାଚୀ ଯାଦବ (ପାରା କାନୋଇଙ୍ଗ)

କୋଚ୍‌ମାନଙ୍କ ପାଇଁ ଦ୍ରୋଣାଚାର୍ଯ୍ୟ ପୁରସ୍କାର ୨୦୨୩

୧. ଲଳିତ କୁମାର (କୁସ୍ତି)

୨. ଆରବି ରମେଶ (ଚେସ୍‌)

୩. ମହାବୀର ପ୍ରସାଦ ସୈନୀ (ପାରା ଆଥ୍‌ଲେଟିକ୍ସ)

୪. ଶିବେନ୍ଦ୍ର ସିଂ (ହକି)

୫. ଗଣେଶ ପ୍ରଭାକର ଦେବରୁଖକର (ମାଲଖମ୍ବ)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.