ମନ୍ଦିର ପାହାଚରୁ ଶିଶୁକନ୍ୟା ଉଦ୍ଧାର, ପ୍ରସବ ପରେ କେହି ଛାଡ଼ି ପଳାଇଥିବା ସୂଚନା

ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । 

ସମ୍ବଲପୁର (କେନ୍ୟୁଜ): ସମ୍ବଲପୁରରେ ପୁଣି ଅଲୋଡା ହେଲା ଶିଶୁ କନ୍ୟା । ନବଜାତ ଶିଶୁକୁ ମନ୍ଦିର ପାହାଡରେ ଛାଡି ଫେରାର ହୋଇଗଲା ନୃଶଂସ ମାଆ । ଏହିଭଳି ଅଭାବନୀୟ ଖବର ଦେଖିବାକୁ ମିଳିଛି ଗୋଡଭଗା ଅଞ୍ଚଳର ଶିବ ମନ୍ଦିରରେ । ତେବେ ଶିଶୁକନ୍ୟାର ନାଭି ରହିଥିବା ବେଳେ କପଡା ଗୁଡାହୋଇ ରହିଥିଲା । ଶରୀରରେ ରକ୍ତ ଲାଗିଥିବା ବେଳେ ଶିଶୁକନ୍ୟାଟି କାନ୍ଦୁଥିଲା ।

ସୂଚନା ଅନୁଯାୟୀ ଆଜି ସକାଳୁ ପୂଜା କରିବାକୁ ଆସି ମନ୍ଦିରର ପୂଜକ ଶିଶୁ କନ୍ୟାକୁ ଦେଖିଥିଲେ । ପ୍ରବଳ ଶୀତରେ ନବଜାତକ କାନ୍ଦୁଥିବା ଦେଖି ଗାଁ ଲୋକେ ମନ୍ଦିର ପରିସରରେ ଲୋକଙ୍କ ଭିଡ ଜମିଥିଲେ ପରେ ପୋଲିସକୁ  ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶିଶୁକୁ ଉଦ୍ଧାର କରି ଭିମସାର ମେଡିକାଲ ପଠାଇଛନ୍ତି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.