Below header

ଭଦ୍ରକ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍, ୧୧ ଆହତ, ଅଗ୍ନିଶମ ବିଭାଗର ଉଦ୍ଧାର କାର୍ଯ୍ୟ ଜାରି

ଭଦ୍ରକ(କେନ୍ୟୁଜ୍): ଭାରସ୍ୟାମ ହରାଇ ଜାତୀୟ ରାଜପଥ ତଳକୁ ଓଲଟିଲା ଯାତ୍ରୀବାହୀ ବସ। ଏଥିରେ   ୧୧ ଜଣ ଆହତ ହୋଇଥିବାର ସୂଚନା ମିଳିଛି। ଆହତ ମାନଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ ବସଟି ୩୫ରୁ ଉର୍ଦ୍ଧ୍ବ ଲୋକଙ୍କୁ ନେଇ ବାଲେଶ୍ବରରୁ  ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ସକାଳ ପ୍ରାୟ ୬ ଟା ବେଳେ ୧୬ନଂ ଜାତୀୟ ରାଜପଥ ତ୍ରିଶଳପୁର ଛକ ନିକଟରେ ଗୋଟିଏ ଟ୍ରକ ବସ ଟିକୁ ସାଇଡ ମାରିବା କାରଣରୁ ବସଟି ଭାରସ୍ୟାମ ହରାଇ ଜାତୀୟ ରାଜପଥ ତଳକୁ ଓଲଟି ପଡିଥିଲା।  ସୌଭାଗ୍ୟ ବଶତଃ ବସଟି ଓଲଟି ଗୋଟିଏ ପୋଲ ବାଡାରେ ଅଟକି ରହିବାରୁ ବଡ଼ ଦୂର୍ଘଟଣାରୁ ବର୍ତ୍ତି ଯାଇଛି। ଦୁର୍ଘଟଣାରେ ଆହତ ହୋଇଥିବା ୧୧ ଜଣ ଲୋକଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି  ଭଦ୍ରକ ମେଡିକାଲରେ ଭର୍ତ୍ତି କରିଛି। ତେବେ ଏହି ବସରେ ଅନେକ ଛାତ୍ରଛାତ୍ରୀ ବିଇଡି ପରୀକ୍ଷା ଦେବା ପାଇଁ ଭୁବନେଶ୍ୱର ଯାଉଥିଲେ  । କିନ୍ତୁ ଦୁର୍ଘଟଣା  କାରଣରୁ ସେମାନେ ପାରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିନାହାନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.