Below header

ଆଜି ରାଜ୍ୟରେ ୧୧,୬୧୪ କରୋନା ଆକ୍ରାନ୍ତ ସୁସ୍ଥ, କରୋନା ସୁସ୍ଥ ସଂଖ୍ୟା ପହଞ୍ଚିଲା ୬୦୧୨୨୪ରେ

କେନ୍ୟୁଜ୍(ବ୍ୟୁରୋ): ଗତ ୨୪ ଘଣ୍ଟାରେ ଓଡିଶାରେ ୧୧୬୧୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୦୧୨୨୪ରେ ପହଞ୍ଚିଛି। ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ  ଟ୍ଵିଟ୍ ଯୋଗେ  ସୂଚନା  ଦିଆଯାଇଛି। ଆଜିର ସୁସ୍ଥଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ  ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୭ ଜଣ ଆରୋଗ୍ୟ ହୋଇଛନ୍ତି। ସେହିପରି ସୁନ୍ଦରଗଡ ଜିଲ୍ଲାରୁ ୧୨୦୬, କଟକ  ଜିଲ୍ଲାରୁ ୧୧୮୦, ଅନୁଗୋଳରୁ ୭୦୩, ସମ୍ବଲପୁରରୁ ୫୫୨, ବରଗଡରୁ ୪୧୨, ବଲାଙ୍ଗୀରରୁ ୪୦୦, ପୁରୀରୁ ୩୮୯, ମୟୂରଭଞ୍ଜରୁ ୩୮୮, କଳାହାଣ୍ଡିରୁ ୩୭୫, ଯାଜପୁରରୁ ୩୪୯, ଝାରସୁଗୁଡାରୁ ୩୪୬, ନବରଙ୍ଗପୁରରୁ ୩୪୫, ବାଲେଶ୍ଵରରୁ ୩୦୩, ଭଦ୍ରକରୁ ୨୯୮, ଢେଙ୍କାନାଳରୁ ୨୮୨, ଜଗତସିଂହପୁରରୁ ୨୬୪, ନୟାଗଡରୁ ୨୫୯, ସୋନପୁରରୁ ୨୩୯,  ଗଞ୍ଜାମ ଜିଲ୍ଲାରୁ ୨୩୧ ସଂକ୍ରମିତ କରୋନାରୁ ସୁସ୍ଥ  ହୋଇ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.