୨୬ ତାରିଖ ମଧ୍ୟାହ୍ନ ସୁଦ୍ଧା ହିଟ୍‌ କରିବ ୟସ୍‌, ଧାମରାରୁ ଚାନ୍ଦିପୁର ଭିତରେ ହିଟ୍‌ କରିପାରେ

କେନ୍ୟୁଜ୍(ବ୍ୟୁରୋ):  ବଙ୍ଗୋପସାଗରରେ ବାତ୍ୟା । ମାଡି ଆସୁଛି ୟସ୍‌ । ସମୁଦ୍ର ଭିତରେ ଘୂରି ବୁଲୁଛି । ଯେତେ ଆଗକୁ ବଢୁଛି ଗତି କମି କମି ଯାଉଛି । ଅଧିକ ଜଳୀୟ ବାଷ୍ପ ଧାରଣ କରି ଭୟଙ୍କର ହେଉଛି ୟସ୍‌ । ବଳ ଗୋଟାଉଛି । ଘଣ୍ଟାପ୍ରତି ଏବେ ୨ କିଲୋମିଟର ବେଗରେ ଅଗ୍ରସର ହେଉଛି ବାତ୍ୟା । କାଲି ଅଧିକ ସିଭିୟର୍‌ ହେବ । ତୀବ୍ର ରୂପ ଧାରଣ କରିବ ୟସ୍‌ ।

ଭେରି ସିଭିୟର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହୋଇ କାଲି ସକାଳେ ଉତ୍ତର ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ପାଦ ଥାପିବ । ମଧ୍ୟାହ୍ନ ବେଳକୁ ପାରାଦୀପ ଓ ସାଗର ଦ୍ୱୀପର ବାଲେଶ୍ୱର ଉପକୂଳ ନିକଟରେ ଲାଣ୍ଡଫଲ୍‌ କରିବ । କିନ୍ତୁ ନିର୍ଦ୍ଦିଷ୍ଟ ଭାବରେ ସ୍ଥାନ କହିନି ଆଇଏମଡି । ଏସଆରସି କହିଛନ୍ତି, ଓଡ଼ିଶାରେ ସ୍ଥଳଭାଗ ଛୁଇଁବା ସମ୍ଭାବନା ଅଧିକ । ଧାମରାରୁ-ଚାନ୍ଦିପୁର ଭିତରେ ହିଟ୍‌ କରିପାରେ ।

  ୟସ୍‌ ଗତିପଥ ଉପରେ ସାରା ବିଶ୍ୱର ପାଣିପାଗ ସଂସ୍ଥାର ନଜର ରହିଛି । ସମସ୍ତେ ହିଟ୍‌ କରିବାର ସମ୍ଭାବ୍ୟ ସ୍ଥାନ ଉତ୍ତର ଓଡ଼ିଶାରୁ ପଶ୍ଚିମବଙ୍ଗ ଉପକୂଳ ଦର୍ଶାଉଛନ୍ତି । ଭାରତୀୟ ପାଣିପାଗ ସଂସ୍ଥା ସ୍କାଏମେଟ୍‌, ଆମେରିକୀୟ ସଂସ୍ଥା ଆକ୍ୟୁ େଓ୍ଵଦର ସମାନ ପୂର୍ବାନୁମାନ କରୁଛନ୍ତି । ଗତିପଥର ଫଟୋ ଜାରି କରିଛନ୍ତି । ଲାଣ୍ଡଫଲ୍‌ ସ୍ଥାନ ଉତ୍ତର ବାଲେଶ୍ୱର ଉପକୂଳ । ଭେରି ସିଭିୟର ସାଇକ୍ଲୋନ ଭାବରେ ସ୍ଥଳଭାଗ ଛୁଇଁବ । ସେହିପରି ଓଡ଼ିଶାରେ ଲାଣ୍ଡଫଲ୍‌ ନେଇ ସୂଚାଉଛି ଓ୍ଵିଣ୍ଡି ଡଟ୍‌ କମ୍‌ର ମଡେଲ୍‌ । ଆମେରିକାନ୍‌ ମଡେଲ୍‌ GFS ଓ ୟୁରୋପିଆନ୍‌ ମଡେଲ୍‌ ECMWF ବାଲେଶ୍ୱର ଉପକୂଳରେ ହିଟ୍‌ କରିବ ବୋଲି ଦର୍ଶାଉଛନ୍ତି ।

ଓଡ଼ିଶା ଉପକୂଳ ଅତିକ୍ରମ ବେଳେ ପ୍ରଭାବ ଛା଼ଡ଼ିବ ୟସ୍‌ । ନାଲି ଆଖି ଦେଖାଇବ । ସାଇଁ ସାଇଁ ବହିବ ପବନ । ସ୍ଥଳଭାଗ ଛୁଇଁବା ବେଳକୁ ପବନର ବେଗ ଘଣ୍ଟାପ୍ରତି ୧୫୫ରୁ ୧୬୫ କିଲୋମିଟର ଓ ସ୍ଥଳବିଶେଷରେ ବଢ଼ି ୧୮୫ କିଲୋମିଟର ଛୁଇଁଯିବ । ପ୍ରଭାବକୁ ଦେଖିଲେ ବ୍ୟାପକ କ୍ଷୟକ୍ଷତି ସମ୍ଭାବନା ରହିଛି । ବିଶେଷ କରି ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲାରେ ୧୫୦-୧୬୦ କିଲୋମିଟ ବେଗରେ ପବନ ବହିବ । ମୟୂରଭଞ୍ଜରେ ୧୨୦-୧୩୦ କିଲୋମିଟର ବହିବ ପବନ । ଯାଜପୁର, କଟକ ଓ ପୁରୀରେ ଘଣ୍ଟାପ୍ରତି ପବନର ବେଗର ରହିବ ୭୦-୮୦ କିଲୋମିଟର ।

ବାତ୍ୟା ପ୍ରଭାବରେ ଘୁ ଘୁ ଗର୍ଜନ କରିବ ମାଡ଼ି ଆସିବ ସମୁଦ୍ର । ବଡ଼ ବଡ଼ ଜୁଆର ଉଠିବ । କାଲିଠୁ ରାଜ୍ୟରେ ବର୍ଷା ପରିମାଣ ବଢ଼ିବ । ୮ଟି ଜିଲ୍ଲାରୁ ଅରେଞ୍ଜ ଓ ୩ଟି ଜିଲ୍ଲାକୁ ଅରେଞ୍ଜ ଓ୍ଵାର୍ଣ୍ଣିଂ ଜାରି ହୋଇଛି । ୨୬ ତାରିଖ ପାଇଁ ୯ଟି ଜିଲ୍ଲାରୁ ରେଡ୍‌ ଓ ୫ଟି ଜିଲ୍ଲାରୁ ୟେଲୋ ସତର୍କତା ଜାରି କରିଛି ପାଣିପାଗ ବିଭାଗ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.