Below header

୧୨ଟି ରାଜ୍ୟରେ ୫ ଟଙ୍କା ଲେଖାଏଁ କମିଲା ତୈଳ ଦର; ଓଡ଼ିଶାରେ କେବେ ?

ନୂଆଦିଲ୍ଲୀ : ଗତକାଲି କେନ୍ଦ୍ର ସରକାରଙ୍କ ଘୋଷଣା ପରେ ଆଜି ଦେଶର ୧୨ଟି ରାଜ୍ୟ ତୈଳ ଦରରେ ୨.୫୦ ପଇସା କମ୍ କରିଛନ୍ତି । ତେବେ ଏଥିରୁ ଅଧିକାଂଶ ହେଉଛନ୍ତି ଭାରତୀୟ ଜନତା ଦଳ ଶାସିତ ରାଜ୍ୟ । ଏହି ସବୁ ରାଜ୍ୟ ସରକାର ଭାଟ୍ କମ୍ କରିଛନ୍ତି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨.୫୦ ପଇସା ଲେଖାଏଁ କମାଇବା ପରେ ସମ୍ପୃକ୍ତ ରାଜ୍ୟରେ ତୈଳ ଦର ୫ ଟଙ୍କା ଲେଖାଏଁ କମିଛି । ଏହି ରାଜ୍ୟଗୁଡ଼ିକ ହେଲା ଉତ୍ତର ପ୍ରଦେଶ, ଗୁଜରାଟ, ହରିଆଣା, ମଧ୍ୟପ୍ରଦେଶ, ଛତିଶଗଡ଼, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଆସାମ, ଝାଡ଼ଖଣ୍ଡ, ଉତ୍ତରାଖଣ୍ଡ, ତ୍ରିପୁରା, ଗୋଆ । ତେବେ ମହାରାଷ୍ଟ୍ର ସରକାର କେବଳ ପେଟ୍ରୋଲ ଉପରୁ ଅଢ଼େଇ ଟଙ୍କା ଛାଡ଼ କରିଛନ୍ତି । ଅନ୍ୟ ସବୁ ରାଜ୍ୟରେ ତେଲ ଦର ୨.୫୦ ପଇସା କମିଛି ।

OIL-2

ତୈଳ ଉପରେ ଉତ୍ପାଦ ଶୁଳ୍କକୁ କେନ୍ଦ୍ର ସରକାର ୧.୫୦ ଟଙ୍କା ହ୍ରାସ କରିଥିବା ବେଳେ ତୈଳ କମ୍ପାନୀମାନେ ୧ ଟଙ୍କା କ୍ଷତି ସହିବେ । ଦୁଇପକ୍ଷରୁ ମିଶି ପେଟ୍ରୋଲ ଓ ଡିଜେଲ୍‌ ଦରରେ ୨.୫୦ ଟଙ୍କା ହ୍ରାସ ପାଇଛି । ରାଜ୍ୟ ସରକାରମାନେ ସେମାନଙ୍କ ପକ୍ଷରୁ ୨.୫୦ ପଇସା କମାଇବାକୁ ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି କେନ୍ଦ୍ର ସରକାର। ସମାନ ଭାବରେ ରାଜ୍ୟ ସରକାର ଭାଟ୍‌ ହ୍ରାସ କରନ୍ତୁ ବୋଲି ଗତକାଲି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ କହିଥିଲେ । ତେଲ ଉପରେ ଉତ୍ପାଦ ଶୁଳ୍ପ ହ୍ରାସ ଯୋଗୁ କେନ୍ଦ୍ର ସରକାର ବାର୍ଷିକ ୧୦ ହଜାର ୫ ଶହ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବେ । ବର୍ଦ୍ଧିତ ତୈଳ ଦରକୁ ନେଇ ସାରା ଦେଶରେ ଅସନ୍ତୋଷ ଦେଖା ଦେଇଛି । ଏହାକୁ ଜରରେ ରଖି କେନ୍ଦ୍ର ସରକାର ଭଳି ନିଷ୍ପତ୍ତି ନେଇଛନ୍ତି ।

ଭୁବନେଶ୍ବରରେ ଆଜି ପେଟ୍ରୋଲ ୮୦.୩୭ ଓ ଡିଜେଲ ୭୮.୩୨

ଏହି ପରିପ୍ରେକ୍ଷୀରେ ଓଡ଼ିଶା ସରକାର ମଧ୍ୟ ଅନୁରୂପ ପଦକ୍ଷେପ ନେଇ ୨.୫୦ ପଇସା ଭାଟ୍ ଛାଡ଼ କଲେ ଲୋକେ ମୋଟ୍ ୫ ଟଙ୍କାର ରିହାତି ପାଇବେ । ଯାହାଫଳରେ ସାମାନ୍ୟ ଆଶ୍ବସ୍ତି ମିଳିବ । ଏ ସମ୍ପର୍କରେ ରାଜ୍ୟ ସକରାର କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ଅବଶ୍ୟ କେନ୍ଦ୍ର ସରକାର ଓ ପେଟ୍ରୋଲ କମ୍ପାନୀ ଯଥାକ୍ରମେ ଦେଢ଼ ଟଙ୍କା ଓ ଟଙ୍କାଏ ଲେଖାଏଁ କମାଇବା ପରେ ଆଜି ଭୁବନେଶ୍ବରରେ ପେଟ୍ରୋଲ ଦର ୮୦.୩୭ ପଇସା ଏବଂ ଡିଜେଲ ଦର ଲିଟର ପିଛା ୭୮.୩୨ ପଇସା ରହିଛି । ପ୍ରତ୍ୟକ୍ଷ ଭାବେ ପେଟ୍ରୋଲରେ ୨.୪୪ ପଇସା ଏବଂ ଡିଜେଲ ଦରରେ ୨.୬୫ ପଇସା ହ୍ରାସ ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.