କଟକ ଓ ଜୟପୁରରେ ଚାଲିଛି ପୀଠ ପୂଜା

କଟକ(କେନ୍ଯୁଜ୍) : ଧରାବତରଣ କରିବେ ମା’ ଦଶଭୁଜା । ଶାରଦୀୟ ଦୁର୍ଗାପୂଜା ପାଇଁ ମଣ୍ଡପ ଗୁଡ଼ିକରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଏପଟେ ଶକ୍ତିପୀଠ ଉତ୍ସବମୁଖର । ଷୋଡଶ ଉପଚାରରେ ପୂଜା ପାଉଛନ୍ତି ଦେବୀ । ପ୍ରତିଦିନ ବିଭିନ୍ନ ବେଶରେ ଦର୍ଶନ ଦେଉଛନ୍ତି କଟକ ନଗରର ଅଧିଷ୍ଠାତ୍ରୀ ଦେବୀ ମାଆ କଟକ ଚଣ୍ଡୀ ଓ ଗଡ଼ଚଣ୍ଡୀ । ଆଜି ମା’ କଟକ ଚଣ୍ଡୀ ମାତଙ୍ଗୀ ବେଶରେ ଦର୍ଶନ ଦେବେ । ସେହିଭଳି ସରସ୍ୱତୀ ବେଶରେ ଦର୍ଶନ ଦେବେ ମା ଗଡଚଣ୍ଡୀ । ଗତକାଲି କଟକ ଚଣ୍ଡୀ ଭୁବନେଶ୍ୱରୀ ବେଶ ଓ ମା’ ଗଡ଼ଚଣ୍ଡୀ ସୁନା ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି । ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାଆଙ୍କ ବେଶ ଦର୍ଶନ କରୁଛନ୍ତି ।

ଜୟପୁରରେ ଦୁର୍ଗା ପୂଜା

ଜୟପୁର (କେନ୍ୟୁଜ୍) : ସେହିପରି ସଂସ୍କୃତି ଓ ପରମ୍ପରାର ସହର ଜୟପୁରରେ ଚାଲିଛି ପାରମ୍ପରିକ ଦୁର୍ଗା ପୂଜା ପ୍ରସ୍ତୁତି । ଦେବୀ ପୀଠ ଗୁଡିକରେ ଷୋଡଶ ଦିବସୀୟ ପୂଜା କରାଯାଉଛି । ଦେବୀ ଭଗବତୀଙ୍କ ପୀଠରେ ଧୁମଧାମରେ ମା’ଙ୍କ ପୂଜାର୍ଚ୍ଚନା ଚାଲିଛି । ଚଣ୍ଡୀପାଠ, ହୋମ ଓ ଷୋଡଶ ଉପଚାର ପୂଜା କରାଯାଉଛି । ପୂଜା ଦେଖିବା ଲାଗି ଭକ୍ତଙ୍କ ଭିଡ଼ ଲାଗିଛି ।

JAYPUR DURGA PUJA

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.