ଦିଲ୍ଲୀ ନିଜାମୁଦ୍ଦିନ୍ ଧର୍ମ ସଭାକୁ ଯାଇଥିଲେ ଖୋର୍ଦ୍ଧାର ୧୩ ମୁସଲିମ ବ୍ୟକ୍ତି, ସମସ୍ତେ ଅଛନ୍ତି କ୍ବାରାଣ୍ଟାଇନରେ, ସୂଚନା ଦେଲେ ଜିଲ୍ଲାପାଳ

ଖୋର୍ଦ୍ଧା(କେନ୍ୟୁଜ): ଦିଲ୍ଲୀ ନିଜାମୁଦ୍ଦିନ୍ ଧର୍ମ ସଭାକୁ ଯାଇଥିଲେ ଖୋର୍ଦ୍ଧାର ୧୩ ଜଣ ମୁସଲିମ ସଂପ୍ରଦାୟର ବ୍ୟକ୍ତି । ଏଥିରୁ ୭ ଜଣ ଜଟଣୀରୁ ୩ ଜଣ ଟାଙ୍ଗିରୁ ଓ ବାକି ଖୋର୍ଦ୍ଧାର ୩ଜଣ ବ୍ୟକ୍ତି ଯାଇଛନ୍ତି। ଏହି ମାନଙ୍କ ମଧ୍ୟରୁ ୯ ଜଣଙ୍କୁ ଦିଲ୍ଲୀର କ୍ବାରାଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିବା ବେଳେ ଜଣଙ୍କୁ ବିହାରର କିଷାନଗଞ୍ଜ ଅଞ୍ଚଳରେ କ୍ବାରାଣ୍ଟାଇନରେ ରଖାଯାଇଛି। ବାକି ୩ଜଣଙ୍କୁ ଓଡ଼ିଶାରେ କ୍ବାରାଣ୍ଟାଇନ୍ ସେଣ୍ଟରରେ ରଖା ଯାଇଥିବାର ଖୋର୍ଦ୍ଧା ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ସେମାନଙ୍କଠାରେ କୌଣସି କରୋନା ଲକ୍ଷଣ ଦେଖାଯାଇନାହିଁ ଓ ସେମାନେ ସମସ୍ତେ ସୁସ୍ଥ ଥିବା ଜିଲ୍ଲାପାଳ ଜଣାଇଛନ୍ତି।

Leave A Reply

Your email address will not be published.