Below header

ପାରାଦୀପ ଅଭିମୁଖେ ଓଡ଼ିଶା ବିଧାନସଭାର ୧୩୧ ବିଧାୟକ, ବୁଲିବେ ଆଇଏନଏସ ଜଳସ୍ୱାରେ

ଭୁବନେଶ୍ବର: ଆଜି ପାରାଦୀପ ଯାଉଛନ୍ତି ଓଡ଼ିଶା ବିଧାନସଭାର ୧୩୧ ବିଧାୟକ । ଭାରତୀୟ ନୌସେନା ପକ୍ଷରୁ ବିଧାୟକମାନଙ୍କୁ ଆଇଏନଏସ ଜଳସ୍ୱାରେ ସମୁଦ୍ର ଭିତରେ ନେଇ ବୁଲାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ଚଳିତବର୍ଷ ବିଧାୟକମାନଙ୍କୁ ନେବା ପାଇଁ ନୌସେନା ଯୋଜନା କରିଛି । ଏତେ ସଂଖ୍ୟାରେ ବିଧାୟକ ଏକାଠି ପାରାଦୀପ ଆସିବା ପ୍ରଥମ ଘଟଣା ।

ଏହି କାର୍ଯ୍ୟକ୍ରମରେ ଯେମିତି କୌଣସି ସମସ୍ୟା ସୃଷ୍ଟି ନ ହୁଏ, ସେଥିପାଇଁ ନୌସେନା ପକ୍ଷରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି । ଆଇଏନଏସ ଜଳସ୍ୱା ହେଉଛି ଦେଶର ଦ୍ୱିତୀୟ ବୃହତ୍ତମ ଯୁଦ୍ଧ ଜାହାଜ । ଏହାର ବିଶେଷତ୍ୱ ହେଉଛି, ଏହା ଉଭୟ ଜଳ ଓ ସ୍ଥଳରେ ଚାଲିପାରିବ । ଏହାର ଦୈର୍ଘ୍ୟ ୫୭୦ ଫୁଟ ହୋଇଥିବା ବେଳେ ଚଉଡା ୧୦୦ ଫୁଟ । ୨୭ ଜଣ ଅଧିକାରୀ, ୩୮୦ ଜଣ ନାବିକଙ୍କୁ ମିଶାଇ ମୋଟ ହଜାରେ ଜଣଙ୍କୁ ନେଇପାରିବା ଭଳି ଏହି ଜାହାଜର କ୍ଷମତା ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.