ବିବାହ ପାଇଁ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଗ୍ରାମ ପ୍ରତି ଦାମ୍

ପୁଣି ବଢିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୯,୩୭୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୦,୩୭୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ଯ ୧୦ ଗ୍ରାମ ପ୍ରତି ୪୭,୧୦୦ ଟଙ୍କା ଓ ୫୧,୩୮୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୯,୩୭୦ ଟଙ୍କା ଓ ୫୦,୩୭୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୯,୨୫୦ ଟଙ୍କା ଓ ୫୩,୭୨୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୭,୬୯୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୫୨,୦୩୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୯,୪୩୦ ଟଙ୍କା ଓ ୫୨,୧୩୦ ଟଙ୍କା ରହିଛି ।

gold 1

ଅନ୍ୟପଟେ ଆଜି ରୁପା ମୂଲ୍ୟ ବି ବୃଦ୍ଧି ପାଇଛି। ରୁପା ମୂଲ୍ୟ କିଲୋଗ୍ରାମ ପିଛା ୭୧,୫୦୦ ଟଙ୍କା ରହିଥିବା ରେକର୍ଡ ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.