Below header

ଆରଡି ଆଖଣ୍ଡଳମଣୀ ପୀଠରେ ୧୪୪ଧାରା ଜାରି: ୩ଦିନ ଧରି ସର୍ବସାଧାରଣ ଦର୍ଶନ ବନ୍ଦ

ଚାନ୍ଦବାଲି(କେନ୍ୟୁଜ୍): କାର୍ତ୍ତିକ ପୂର୍ଣ୍ଣିମା ପାଇଁ ଭଦ୍ରକ ଜିଲ୍ଲା ଆରଡିର ବାବା ଆଖଣ୍ଡଳମଣୀ ପୀଠରେ ଆଜି ସକାଳ ୮ଘଟିକା ଠାରୁ ଆସନ୍ତାକାଲି ସଂନ୍ଧ୍ୟା ୮ଘଟିକା ପର୍ଯ୍ୟନ୍ତ ୧୪୪ ଧାରା ଜାରି କରିଛି ଜିଲ୍ଲା ପ୍ରଶାସନ । ଏହି ସମୟ ଭିତରେ ବାବାଙ୍କ ନୀତିକାନ୍ତି ହେବ ହେଲେ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ । ଭକ୍ତମାନେ ମଧ୍ୟ କାର୍ତ୍ତିକ ପୂର୍ଣ୍ଣିମା ଦିନ ସ୍ଥାନୀୟ ଶିବଗଙ୍ଗା ପୁଷ୍କରଣୀରେ ବୋଇତ ବନ୍ଦାଣ କରିପାରିବେନାହିଁ କି ବାବାଙ୍କ ଅପୂର୍ବ ହରଗୈାରୀ ବେଶ ଦର୍ଶନ କରିପାରିବେନାହିଁ । ଯାହାକୁ ନେଇ ଭକ୍ତ ଓ ସେବାୟତଙ୍କ ମନରେ ଅସନ୍ତୋଷ ସୃଷ୍ଟି ହୋଇଛି ।

ତେବେ ଆଜିଠାରୁ ଶନିବାର ଅର୍ଥାତ ୩ଦିନ ଧରି ଭକ୍ତମାନେ ଆଖଣ୍ଡଳମଣୀଙ୍କ ଦର୍ଶନ କରିବାରୁ ବଂଚିତ ହେବେ । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନେଇଛି ଜିଲ୍ଲା ପ୍ରଶସାନ । ତେବେ ଆଜି ମନ୍ଦିର ପ୍ରଶାସନ ତରଫରୁ ମାଇକ ଯୋଗେ କଟକଣା ବାବଦରେ ସ୍ଥାନୀୟ ଲୋକଙ୍କ ତଥା ଭକ୍ତଙ୍କୁ ଅବଗତି କରାଯାଉଛି । ଆରଡି ସମେତ ଚାନ୍ଦାବଲି କାଳି ମନ୍ଦିର , ଧାମରାର ମା ଧାମରାଈ ମନ୍ଦିରରେ ମଧ୍ୟ ୧୪୪ ଧାରା ଜାରି କରିଛି ପ୍ରଶାସନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.