Below header

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା

ଯାଜପୁର ଟାଉନ: ଯାଜପୁର ର ଅଧିଷ୍ଠାତ୍ରୀ ଦେବୀ ମା ବିରଜାଙ୍କ ପୀଠ ଚତୁଃପାର୍ଶ୍ଵରେ ଜାରି ହେଲା ୧୪୪ ଧାରା । ବିରଜା ମନ୍ଦିର ସୁରକ୍ଷା ଦାୟିତ୍ବରେ ଥିବା ଜଣେ ପୋଲିସ କର୍ମଚାରୀ କରୋନା ପିଜେଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଯାହାପରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯିବାପରେ, ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ ୧୪୪ ଧାରା ଜାରି କରିଛନ୍ତି।

ଗତକାଲି ରାତି ୮ ରୁ ଆସନ୍ତା ଅଗଷ୍ଟ ୨୫ ତାରିଖ ରାତି ୮ ପର୍ଯ୍ୟନ୍ତ ଏହି ୧୪୪ ଧାରା ବଳବତ୍ତର ରହିବ । ଏହି ସମୟ ମଧ୍ୟରେ ମନ୍ଦିର ସମ୍ମୁଖ ଓ ଏହାର ଚାରିପଟେ ଜନଗହିଳି ଓ ଏକ୍ରତିତକୁ ବାରଣ କରାଯାଇଛି। ଅନ୍ଯପଟେ ଯାଜପୁର ସହରରେ ଏବେ ୧୭ ଜଣ ସକ୍ରିୟ ଆକ୍ରାନ୍ତଙ୍କ ଚିକିତ୍ସା ଜାରି ଥିବା ବେଳେ ୩୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.