Below header

ରାଜରାସ୍ତାରେ ଜନ୍ମ ହେଲା ହାତୀ ସାବକ, ଦେଖନ୍ତୁ କିପରି ଛୁଆକୁ ଜଗି ରହିଛି ମା’

ଆଠଗଡ(କେନ୍ଯୁଜ୍): ରାଜରାସ୍ତା କଡରେ ହାତୀ। ଆଠଗଡ ବନଖଣ୍ଡର ଖୁଣ୍ଟୁଣି ବନାଞ୍ଚଳ ଅନ୍ତର୍ଗତ ବାଳି ସୁବାସି ସୁନିଆଁମୁହଁ ଜଙ୍ଗଲରେ ଏକ ହାତୀ ସାବକ ଜନ୍ମ ଦେଇଛି। ଅନ୍ଯପଟେ ଲଗାଣ ବର୍ଷା ହେଉଥିବାରୁ ହାତୀ ଛୁଆକୁ ଜଗି ରହିଛନ୍ତି କୋଡିଏରୁ ଅଧିକ ହାତୀପଲ। ସୂଚନା ମୁତାବକ ହାତୀମାନେ ବୁଦୁବୁଦିଆ ଜଙ୍ଗଲରେ ବୁଲୁଥିବାର ଦେଖିବାକୁ ମିଳିଛି।

୫୫ନଂ ଜାତୀୟ ରାଜପଥ ବାଳି ନିକଟ କଡରେ ଥିବା ଏହି ଜଙ୍ଗଲ କପିଳାସ ଜଙ୍ଗଲକୁ ସଂଯୋଗ କରୁଥିବାରୁ କୌଣସି ମୁହୂର୍ତ୍ତରେ ଜାତୀୟ ରାଜପଥ ଅତିକ୍ରମ କରିପାରିବାର ମଧ୍ଯ ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ ପ୍ରସବ କରିଥିବା ସମୟରେ ହାତୀମାନେ ଅଧିକ ହିଂସ୍ର ହୋଇଥାନ୍ତି ବୋଲି ଖୁଣ୍ଟୁଣି ରେଞ୍ଜର କହିଛନ୍ତି। ଏହାକୁ ନଜରରେ ରଖି ଖୁଣ୍ଟୁଣି ବନବିଭାଗ ପକ୍ଷରୁ ହାତୀପଲ ଉପରେ ସ୍ବତନ୍ତ୍ର ନଜର ରଖାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.