ସୁନା ମୂଲ୍ୟରେ ଆସିଛି ବଡ଼ ଧରଣର ପରିବର୍ତ୍ତନ, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ସୁନା ଦାମ୍ ଗତ କିଛି ଦିନ ହେଲାଣି ହ୍ରାସ ପାଇଥିବା ବେଳେ ଆଜି ପୁଣି ବଢିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬,୫୭୦ ଟଙ୍କାରେ ପହଁଚିଥିବା ବେଳେ ୨୨ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧,୮୬୦ରେ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱର ଲୋକଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ବିଗତ ୧୦ ଦିନ ତଳେ ସୁନା ମଲ୍ୟ ପାଖାପାଖି ୬୦ ହଜାରରେ ପହଞ୍ଚିଥିବା ବେଳେ ଏବେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୬,୨୫୦ ଟଙ୍କା ଓ ୫୧,୫୭୦ ଟଙ୍କା ଛୁଇଁଥିବା ଲକ୍ଷ୍ୟ କରାଯାଇଛି ।
ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ୍ୟ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ୫୨,୯୯୦ ଟଙ୍କା ଓ ୫୧,୮୬୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୬,୫୭୦ ଟଙ୍କା ୫୧,୮୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୬,୨୫୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୫୧,୫୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୫,୨୫୦ ଟଙ୍କା ଓ ୫୨,୫୩୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଅନ୍ୟତମ ପ୍ରମୁଖ ଧାତୁ ରୁପା ମୂଲ୍ୟରେ ବି ଧୀରେ ଧୀରେ ହ୍ରାସ ଘଟୁଥିବା ଲକ୍ଷ୍ୟ କରାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮, ୧୧୦ ଟଙ୍କା ପହଁଚିଥିବା ନେଇ ରେକର୍ଡ ହୋଇଛି।