ମାଲକାନଗିରିରେ ବର୍ଷା ବିତ୍ପାତ: କନ୍ୟାଶ୍ରମ ପୋଲୋ ଉପରେ ଚାଲିଛି ୩ଫୁଟ ଉଚ୍ଚରେ ପାଣି, ଅନେକ ଗାଁ ଜଳମଗ୍ନ

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ପୁଣି ଲଗାଣ ବର୍ଷା ଜାରି।ଏହାର ପ୍ରଭାବରେ ଜିଲ୍ଲାର କାଲିମେଳା କନ୍ୟାଶ୍ରମ ପୋଲୋ ଉପରେ ୩ଫୁଟ ଉଚ୍ଚରେ ପାଣି ଚାଲିଛି। ତେଣୁ କାଲିମେଳା ରୁ ପୋଡ଼ିଆ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଜିଲ୍ଲାର ପାଙ୍ଗମ, ପୋଟେରୁ, କାଙ୍ଗୁରକୋଣ୍ଡା, କରୁକୋଣ୍ଡା ଏବଂ ଏଭି-୩୭ ପୋଲ ଉପରୁ ପାଣି କମିଥିବାରୁ ମାଲକାନଗିରିରୁ ଜୟପୁର, ମାଲକାନଗିରି ରୁ ବାଲିମେଳା ଏବଂ ମାଲକାନଗିରି ରୁ ମୋଟୁ ଯାତାୟାତ ସ୍ଵାଭାବିକ ରହିଛି। ଏବେବି ବର୍ଷା ଲାଗିରହିଛି। ତେଣୁ ବିଭିନ୍ନ ନଦୀର ଜଳ ସ୍ଥର ବୃଦ୍ଧି ପାଇବାରେ ଲାଗିଛି।

flood ସେପଟେ ଆନ୍ଧ୍ରର ଗୋଦାବରୀ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ତେଣୁ ମୋଟୁ ଅଞ୍ଚଳରେ ଏବେବି ଅନେକ ଗାଁ ଜଳମଗ୍ନ ହୋଇ ରହିଛି। ବିନାୟକପୁର, ଅଲମା ଭଳି ଗାଁ ବୁଡି ରହିଛି। ଲୋକେ ଡ଼ଙ୍ଗା ସାହାଯ୍ୟରେ ପାର ହେବାକୁ ପଡୁଛି। ପୋଲାଭରମ ପ୍ରଭାବରେ ସିଲେରୁ ସବେରୀ ନଦୀ ପୁଣି ଫୁଲିବାରେ ଲାଗିଛି। ତଳିଆ ଅଞ୍ଚଳ ଲୋକଙ୍କୁ ସେଲ୍ଟର ହୋମରେ ରଖାଯାଇଛି। ୩୦୦ ରୁ ଆଧିକା କଚ୍ଚା ଘର ଭାଙ୍ଗି ଯାଇଛି। ସେମାନଙ୍କୁ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଉଛି। ହଜାର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ଚାଷ ନଷ୍ଟ ହେବାକୁ ବସିଲାଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.