ପୁରୀ(କେନ୍ଯୁଜ୍): ପୁରୀ ଜିଲ୍ଲା ବ୍ରହ୍ମଗିରି ବ୍ଲକ ଅଧିନରେ ଥିବା ତିନିକୁଦି ବାଉଁଶ ପୋଲଟି ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି। ଏହି ପୋଲଟି ବାହିକେରା, ପନ୍ଥିପାଳ, କମଳନୟନପୁର, ରାୟହାଟ, ରାହାଡମଲ୍ଲ ସହିତ ୮ଟି ଗ୍ରାମର ଲୋକେ ଯାତାୟତ ପାଇଁ ଏହି ପୋଲ ଉପରେ ନିର୍ଭର କରନ୍ତି। ଏହି ପୋଲଟି ଭାର୍ଗବି ନଦୀ ଉପରେ ହୋଇଥିବାରୁ ଲୋକମାନେ ବ୍ରହ୍ମଗିରି ବଜାର ଏବଂ ପୁରୀ ଯାତାୟତ କରିପାରୁଥିଲେ। ବର୍ତ୍ତମାନ କିନ୍ତୁ ଲଘୁଚାପ ଜନିତ ବର୍ଷାରେ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି।
ଅନ୍ଯପଟେ ଦୀର୍ଘ ଦିନ ଧରି ସେଠାରେ ସ୍ଥାୟୀ ପୋଲ ନିର୍ମାଣ ପାଇଁ ଦାବି ହୋଇଥିଲେ ମଧ୍ଯ ଅଧାପନ୍ତରିଆ ଅବସ୍ଥାରେ ପଡି ରହିଛି ସ୍ଥାୟୀ ପୋଲ ନିର୍ମାଣ କାର୍ଯ୍ଯ।