ସୁଶାନ୍ତଙ୍କ କେସ୍‌ର ତଦନ୍ତ ଭାର ସିବିଆଇକୁ ମିଳିବା ପରେ ରିଆକ୍ସନ୍‌ ଦେଲେ ସୁରଜ ପଞ୍ଚୋଲି, କହିଲେ- ଦୁର୍ଭାଗ୍ୟବଶତଃ…

ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ସୁପ୍ରିମ୍‌କୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଏଥିସହ ମହାରାଷ୍ଟ୍ର ସରକାର ଏପର୍ଯ୍ୟନ୍ତ କରିଥିବା ତଦନ୍ତର କାଗଜପତ୍ର ମଧ୍ୟ ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ। ଏଣୁ ସୁଶାନ୍ତଙ୍କୁ ନ୍ୟାୟ ମିଳିବ ବୋଲି କୁହାଯାଉଛି। ତେବେ ମାମଲା ସିବିଆଇକୁ ଯିବା ପରେ ଫ୍ୟାନ୍‌ଙ୍କ ସମେତ ବଲିଉଡ୍‌ର ଅନ୍ୟ କଳାକାରମାନେ ମଧ୍ୟ ଖୁସିଥିବା ଦେଖାଯାଇଛି। ସୁପ୍ରିମ୍‌କୋର୍ଟଙ୍କ ଏହି ନିର୍ଦ୍ଦେଶ ଶୁଣିବା ପରେ ଅଭିନେତା ସୁରଜ ପଞ୍ଚୋଲି ମଧ୍ୟ ନିଜ ରିଆକ୍ସନ୍‌ ଦେଇଛନ୍ତି। ଇନ୍‌ଷ୍ଟାଗ୍ରାମ୍‌ରେ ସେ ଷ୍ଟୋରୀ ସେୟାର କରି ଲେଖିଛନ୍ତି ‘ସତ ସବୁବେଳେ ଜିତେ’।

sooraj

ସୁଶାନ୍ତ ସିଂହ ରାଜପୁତ ମାମଲାରେ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶକୁ ସୁରଜ ପଞ୍ଚୋଲି ମଧ୍ୟ ସ୍ୱାଗତ କରିଛନ୍ତି। ସେ ଇନ୍‌ଷ୍ଟାଗ୍ରାମ୍‌ରେ ଷ୍ଟୋରୀ ସେୟାର କରି ଲେଖିଛନ୍ତି ‘ସତ ସବୁବେଳେ ବିଜୟ ଲାଭ କରିଥାଏ…ଦୁର୍ଭାଗ୍ୟବଶତଃ ମିଛୁଆ ଲୋକଙ୍କ ପାଳି ପ୍ରଥମେ ଆସେ’।

ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ମଧ୍ୟ ସୁରଜ ପଞ୍ଚୋଲି ସୁଶାନ୍ତ ସିଂହ ରାଜପୁତଙ୍କ ପାଇଁ ସିବିଆଇ ଯାଞ୍ଚ ଦାବି କରିଥିଲେ। ସେତେବେଳେ ସେ ଲେଖିଥିଲେ ସୁଶାନ୍ତଙ୍କ ପରିବାର ଯାହା ଚାହୁଁଥିଲେ ତାହା ପାଇଲେ। ତାଙ୍କ ପରିବାର ପାଇଁ ଓ ସାରା ଦୁନିଆ ପାଇଁ ସିବିଆଇ ଯାଞ୍ଚ ହେବା ଦରକାର ଏବଂ ସତ ସାମ୍ନାକୁ ଆସିବା ଆବଶ୍ୟକ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.