Below header

ଆକ୍ସନ ମୋଡରେ ଧର୍ମଶାଳା ତହସିଲ ପ୍ରଶାସନ, ଆରୁହା କଳାପଥର ଖାଦାନରେ ଜାରି କଲା ୧୪୪ ଧାରା

ଯାଜପୁର (କେନ୍ୟୁଜ): ବେଶ କିଛି ଦିନର ନୀରବତା ପରେ ଆକ୍ସନ ମୋଡ଼କୁ ଆସିଛି ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ ପ୍ରଶାସନ। ଏହି ତହସିଲ ଅଧିନ ଆରୁହା କଳାପଥର ଖାଦାନରେ ଆଜି ଉଡାଇଛି ନାଲି ପତାକା। ସମ୍ପୃକ୍ତ ଅଞ୍ଚଳରେ ୧୪୪ଧାରା ଜାରି କଲା ତହସିଲ ପ୍ରଶାସନ। ଏଠାରୁ ଦୀର୍ଘଦିନ ଧରି ବେଆଇନ ଭାବେ କଳାପଥର ଉତ୍ତୋଳନ କରାଯାଇ ଚୋରା ଚାଲାଣ ହେଉଥିବା ଅଭିଯୋଗ ହୋଇ ଆସୁଥିଲା।

jajpur1

ଏନେଇ ଆଜି ଧର୍ମଶାଳା ତହସିଲଦାର ଦେବୀ ପ୍ରସନ୍ନ ମହାନ୍ତି ଓ ଥାନା ଅଧିକାରୀ ସରୋଜ କୁମାର ସାହୁ ସଦଳବଳ ଚଢ଼ାଉ କରି ଉକ୍ତ ଖାଦାନ ଅଞ୍ଚଳରେ ୧୪୪ଧାରା ଜାରି କରିବା ସହ ପ୍ରବେଶ ନିଷେଧ କରିଛନ୍ତି। ଏଥିସହ ଆଇନଶୃଙ୍ଖଳା ଦୃଷ୍ଟିକୋଣରୁ ପୋଲିସ ମୁତୟନ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.