ଦୀର୍ଘ ୧୪୮ ବର୍ଷ ପରେ ସୂର୍ଯ୍ୟ ପରାଗ ସମୟରେ ଏହି ଅଦ୍ଭୁତ ଯୋଗ ପଡିବାକୁ ଯାଉଛି, ଜାଣନ୍ତୁ

୨୦୨୧ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ୍ ୧୦ରେ ଅର୍ଥାତ ଆଜି ଲାଗିବାକୁ ଯାଉଛି । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ କିଛି ଖାସ୍ ନିୟମ ରହିଛି ଯାହାକୁ ପାଳନ କରିବା ଉଚିତ । ଉଭୟ ଆଧ୍ୟାତ୍ମିକ ଓ ବୈଜ୍ଞାନିକ ଦୃଷ୍ଟି କୋଣରୁ ଏହି ଦିନ ବେଶ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ । ଏହି ଦିନ ପରାଗର ପ୍ରଭାବ ପୃଥିବୀ ପୃଷ୍ଠ ଉପରେ ପଡିଥାଏ । ବିଶେଷକରି ମନୁଷ୍ୟ ଉପରେ ଏହାର ପ୍ରଭାବ ଅଧିକ ପଡ଼ିଥାଏ ।

ଚଳିତ ବର୍ଷ ମୋଟ ୪ଟି ଗ୍ରହଣ ଲାଗିବ । ଯେଉଁଥିରେ ୨ଟି ସୂର୍ଯ୍ୟ ପରାଗ ରହିବ । ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖରେ ପଡ଼ିବ । ପରାଗ ସମୟରେ କିଛି ଖାସ୍ ନିୟମ ପାଳନ କରିବା ପାଇଁ ଜ୍ୟୋତିର୍ବିତମାନେ ମଧ୍ୟ ପରାମର୍ଶ ଦେଇଛନ୍ତି । ସୂର୍ଯ୍ୟ ପରାଗ ୧୦ ଜୁନ୍ ଅର୍ଥାତ ଆଜି ମଧ୍ୟାହ୍ନ ୧ଟା ୪୨ ମିନିଟ୍ ରେ ଆରମ୍ଭ ହେବ । ୫ ଘଣ୍ଟା ପରେ ଅର୍ଥାତ୍ ସନ୍ଧ୍ୟା ୬ଟା ୪୧ ମିନିଟ୍ରେ ପୂର୍ଣ୍ଣ ମୋକ୍ଷ ହେବ । ସୂର୍ଯ୍ୟ ଗ୍ରହଣର ୧୨ ଘଣ୍ଟା ପୂର୍ବରୁ ପାଳନ ବିଧି ଆରମ୍ଭ ହେବ । ତେବେ ଏହି ଗ୍ରହଣ ଭାରତକୁ ଦୃଶ୍ୟ ହେବ ନାହିଁ । ତେଣୁ ଭାରତରେ ପରାଗ ପାଇଁ ଖାଦ୍ୟ ନିୟମର ପାଳନ ବିଧି ଓ ଦେବ ପୂଜା ସମ୍ପର୍କୀତ ବିଧି ପାଳନ ହେବ ନାହିଁ ।

ତେବେ ଆଜିର ଦିନରେ ବିଶେଷ ମହତ୍ୱ ରହିଛି । ସୂର୍ଯ୍ୟ ପରାଗ ସମୟରେ ଶନି ଜୟନ୍ତୀର ଯୋଗ ମଧ୍ୟ ପଡୁଛି । ତେବେ ଚାଲନ୍ତୁ ଜାଣିବା ଏହାର ମହତ୍ୱ ସମ୍ପର୍କରେ । ଆଜିର ଦିନରେ ଲାଗିବାକୁ ଯାଉଥିବା ସୂର୍ଯ୍ୟ ପରାଗରେ ଶନି ଜୟନ୍ତୀ ପଡୁଛି । ଏହି ଯୋଗ ପାଖାପାଖି ୧୪୮ ବର୍ଷ ପରେ ପଡିଛି। ଏହା ପୂର୍ବରୁ ୨୬ ମଇ ୧୮୭୩ ମସିହାରେ ସୂର୍ଯ୍ୟ ପରାଗରେ ଶନିଙ୍କ ଜୟନ୍ତୀ ପଡିଥିଲା । ଅର୍ଥାତ ୧୪୮ ବର୍ଷ ପରେ ପୁନର୍ବାର ପିତା- ପୁତ୍ରଙ୍କ ଯୋଗ ପଡିବାକୁ ଯାଉଛି ।

ତେବେ ଏହା ପୂର୍ବ ଭାରତରେ ନଜର ଆସିବନି । ଅରୁଣାଚଳ ପ୍ରଦେଶ ଓ ଲଦାଖ ର କିଛି ସ୍ଥାନରେ ଦେଖାଯିବ । ଏହା ଆମେରିକା, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଓ ଆଣ୍ଟାର୍କଟିକାର ଅନେକ ଅଂଶରେ ଦେଖାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.