ସୁସ୍ଥ ତାଲିକାରେ ଯୋଡି ହେଲେ ୧୫୦୩ଜଣ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ପୁଣି ଖୁସିଖବର  ଦେଲା ସ୍ବାସ୍ଥ ବିଭାଗ। ଆଜି ରାଜ୍ୟରେ ୧୫୦୩ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବାର ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ।  ନୂଆ ସୁସ୍ଥଙ୍କୁ ମିଶାଇଲେ ରାଜ୍ୟରେ ଏପର୍ଯ୍ୟନ୍ତ ୪୩୭୭୯ଜଣ କରୋନା  ଆକ୍ରାନ୍ତ ସୁସ୍ଥ ହୋଇଥିବା ସ୍ବାସ୍ଥ୍ ବିଭାଗ ତରଫରୁ ଜଣା ପଡିଛି।

ଏହି ସୁସ୍ଥଙ୍କ ମଧ୍ୟରେ  ଗଞ୍ଜାମରୁ ୨୩୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ କଟକରୁ ୧୩୧ଜଣ, ରାୟଗଡ଼ାରୁ ୧୧୨, ସୁନ୍ଦରଗଡ଼ରୁ ୧୧୧, ବାଲେଶ୍ୱରରୁ ୧୦୧, ଖୋର୍ଦ୍ଧାରୁ ୯୯, ଢ଼େଙ୍କାନାଳରୁ ୬୩, ମୟୁରଭଞ୍ଜରୁ ୫୧, ଗଜପତିରୁ ୪୯, କୋରାପୁଟରୁ ୪୯, ମାଲକାନଗିରିରୁ ୪୨, ଭଦ୍ରକରୁ ୩୮, ଜଗତସିଂହପୁରରୁ ୩୮, କନ୍ଧମାଳରୁ ୩୭, ବଲାଙ୍ଗୀରରୁ ୩୬, ଯାଜପୁରରୁ ୩୬, ସମ୍ବଲପୁରରରୁ ୩୫, ନୟାଗଡ଼ରୁ ୩୪, କଳାହାଣ୍ଡିରୁ ୩୧, ନବରଙ୍ଗପୁର ୩୧, ନୂଆପଡ଼ାରୁ ୩୧, ସୋନପୁରରୁ ୩୦, କେନ୍ଦୁଝରରୁ ୨୦, ଅନୁଗୁଳରୁ ୧୮,ବରଗଡ଼ରୁ ୧୫, ଝାରସୁଗୁଡ଼ାରୁ ୧୪, କେନ୍ଦ୍ରାପଡ଼ାରୁ ୧୪, ଦେବଗଡ଼ରୁ ୪ ଓ ପୁରୀରୁ ଜଣେ ଆକ୍ରାନ୍ତ କରୋନାରୁ ଆରୋଗ୍ୟ ହୋଇଛନ୍ତି।

 

Leave A Reply

Your email address will not be published.