Below header

ଗଞ୍ଜାମରେ ଆଜିଠୁ ୧୯ ଘଣ୍ଟିଆ ସଟ୍‌ଡାଉନ୍ କିନ୍ତୁ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ

ଗଂଜାମ (କେନ୍ୟୁଜ ବ୍ୟୁରୋ) : ଗଞ୍ଜାମରେ ଆଜିଠୁ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ । ଜୁନ୍‌ ୩୦ ତାରିଖ ଯାଏ ଗଞ୍ଜାମ ଜିଲ୍ଲାରେ ୧୯ ଘଣ୍ଟିଆ ସଟ୍‌ଡାଉନ୍‌ ରହିବ । ହେଲେ ସକାଳ ୭ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ । କେବଳ ପରିବା, ତେଜରାତି ଓ ଫଳ ଦୋକାନ ଖୋଲିବ । ଦିନ ୧୨ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ସଟ୍‌ଡାଉନ୍‌ ରହିବ । ଏହି ସମୟରେ କୌଣସି ଲୋକ ଘରୁ ବାହାରକୁ ବାହାରିବେ ନାହିଁ । ଶନିବାର ଓ ରବିବାର ସଂପୂର୍ଣ୍ଣ ସଟ୍‌ଡାଉନ୍‌ ରହିବ । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଆସନ୍ତା ୧୪ ଦିନ ପାଇଁ କଟକଣା କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.